ହକି ବିଶ୍ବକପ: ଗୋଲ ପାହାଡ଼ ଠିଆ କଲା ନେଦରଲ୍ୟାଣ୍ଡସ୍, ବନିଲା ଏମିତି ରେକର୍ଡ
ହକି ବିଶ୍ୱକପର ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ଭାଙ୍ଗିଛି ନେଦରଲ୍ୟାଣ୍ଡସ୍ । କାରଣ ପୂର୍ବରୁ ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୧୨-୦ ଗୋଲରେ ହରାଇଥିଲା ।
ଭୁବନେଶ୍ବର: ଆଜି (ଗୁରୁବାର) ଖେଳାଯାଇଥିବା ପୁରୁଷ ହକି ବିଶ୍ବକପ୍-୨୦୨୩ରେ ନେଦରଲାଣ୍ଡସ୍ ରେକର୍ଡ ବିଜୟ ହାସଲ କରିଛି । କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ଣ ୩ଟାରେ ଖେଳା ଯାଇଥିବା ପୁଲ-ସିର ଏକ ମ୍ୟାଚରେ ନେଦରଲାଣ୍ଡସର ଖେଳାଳିମାନେ ଗୋଲ୍ ବର୍ଷା କରିଛନ୍ତି ।

ଏହି ମ୍ୟାଚରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍ ବିଶାଳ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଖେଳାଳି ୧୪-୦ ଗୋଲରେ ଚିଲିକୁ ପରାସ୍ତ କରିଛନ୍ତି । ଏମିତି କରି ନେଦରଲ୍ୟାଣ୍ଡସ୍ ହକି ବିଶ୍ୱକପରେ ଏକ ନିଆରା ରେକରଡ ସୃଷ୍ଟି କରିଛି । ହକି ବିଶ୍ୱକପର ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ଭାଙ୍ଗିଛି ନେଦରଲ୍ୟାଣ୍ଡସ୍ । କାରଣ ପୂର୍ବରୁ ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୧୨-୦ ଗୋଲରେ ହରାଇଥିଲା । ସେହିପରି ୨୦୧୮ ବିଶ୍ୱକପରେ ଚାଇନା ବିପକ୍ଷରେ ୧୧-୦ ରେ ଜିତିଥିଲା ଅଷ୍ଟ୍ରେଲିଆ ।
ତେବେ ମ୍ୟାଚରେ ନେଦରଲାଣ୍ଡସ୍ ପକ୍ଷରୁ ଜନସିନ୍ ଜିପ୍ ସର୍ବାଧିକ ୪ଟି ପେନାଲ୍ଟି ଗୋଲ୍ ଦେଇଥିଲେ। ସେ ଚିଲି ବିପକ୍ଷରେ ୬, ୨୯, ୩୪ ଓ ୪୪ ମିନିଟରେ ଗୋଲ୍ ମାରିଥିଲେ। ବିଙ୍କମ୍ୟାନ୍ ଥିରି ୨୫, ୩୩ ଓ ୫୮ ମିନିଟ୍ରେ ୨ଟି ଫିଲ୍ଡ ଗୋଲ ସମେତ ୩ଟି ଗୋଲ୍ ଦେଇଥିବା ବେଳେ ୪୦ ଓ ୪୫ ମିନିଟରେ ବିଜେନ୍ କୋଏନ୍ ଫିଲ୍ଡ ଗୋଲ ଦେଇଥିଲେ। ଡେ ଭିଡଲର ଡେରାକ୍, ଭାନ୍ ଦାମ୍ ଥିଜିସ, ପିଟରସ୍ ତେରାନ୍ସ, ବ୍ଲକ ଜଷ୍ଟେନ୍ ଓ ବେଇନ୍ସ ଟେଉନ୍ ଯଥାକ୍ରମେ ୨୨, ୨୩, ୩୭, ୪୨ ଓ ୪୮ ମିନିଟରେ ଗୋଲ ଦେଇଥିଲେ ।
ସୂଚନାଯୋଗ୍ୟ, ପୁଲ-ସିରେ ଥିବା ନେଦରଲାଣ୍ଡସ୍ ଦଳ ସିଧାସଳକ କ୍ବାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିଲା । ଆଜି ମ୍ୟାଚ ଦଳ ପାଇଁ କେବଳ ଔପଚାରିକ ଥିଲା । ଅନ୍ୟପଟେ ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରେ ଚିଲିର ଯାତ୍ରା ସମାପ୍ତ ହୋଇଛି ।












Click it and Unblock the Notifications