ହକି ବିଶ୍ୱକପ: ଭାରତ ପାଇଁ ଶେଷ ସୁଯୋଗ, ରବିବାର ନ୍ୟୁଜିଲାଣ୍ଡ ସହ 'କର ବା ମର' ଲଢେଇ
ଆସନ୍ତା ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଯାହା ଭାରତ ଲାଗି ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବା ପାଇଁ ଶେଷ ସୁଯୋଗ ହେବ ।
ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ପୁଲ୍-ଡି ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ ଗତକାଲି ଶେଷ ହୋଇଛି । ପୁଲ୍-ଡି ରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପହଞ୍ଚି ସାରିଛି ।

ଫଳରେ ଗତକାଲି ୱେଲ୍ସ ବିପକ୍ଷ ମ୍ୟାଚରେ ବିଜୟୀ ହେବା ପରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିବା ହେତୁ ଭାରତ କ୍ରସ୍ ଓଭର ମ୍ୟାଚ ଖେଳିବା ପାଇଁ ବାଧ୍ୟ ହୋଇଛି । ଆସନ୍ତା ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଯାହା ଭାରତ ଲାଗି ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବା ପାଇଁ ଶେଷ ସୁଯୋଗ ହେବ ।
ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ୱେଲ୍ସକୁ ୪-୨ ଗୋଲରେ ହରାଇଛି ଭାରତ । ଭାରତ ୮-୦ ଗୋଲରେ ୱେଲ୍ସକୁ ହରାଇଥିଲେ ଗ୍ରୁପ-ଡିର ପ୍ରଥମ ସ୍ଥାନରେ ରହିବାକୁ ସକ୍ଷମ ହୋଇଥାନ୍ତା । ଭାରତ ପକ୍ଷରୁ ଆକାଶ ଦୀପ ସିଂହ ଦୁଇଟି, ସମସେର ସିଂ ଓ ହରମନପ୍ରୀତ ସିଂ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ତେବେ କିଛି ପେନାଲଟି କର୍ଣ୍ଣର ଓ ଫିଲ୍ଡ ଗୋଲ କରିବା ସୁଯୋଗକୁ ଭାରତ ହାତଛଡା କରିଛି ।












Click it and Unblock the Notifications