ହକି ବିଶ୍ୱକପ: ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ଦଳ, ଆସନ୍ତାକାଲିଠୁ ଅଭ୍ୟାସ
ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ଦଳ । ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ ।
ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ଦଳ । ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ ।

ଆସନ୍ତାମାସ ୧୩ରୁ ଖେଳଯିବାକୁ ଥିବା ହକି ବିଶ୍ୱକପ୍ ପାଇଁ ଆସନ୍ତାକାଲିଠାରୁ ଭାରତୀୟ ଦଳ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରିବ । ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି । ଏଠାରେ ୪ଟି ବ୍ଲକ ରହିଛି । ପ୍ରତି ବ୍ଲକରେ ୨୭ରୁ ଅଧିକ କୋଠରୀ ଅଛି । ହୋଟେଲରେ ଅତ୍ୟାଧୁନିକ ସମସ୍ତ ସୁବିଧା ସୁଯୋଗ ରହିଛି ।
ଗତ ସପ୍ତାହରେ ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଥିଲା । ଦଳରେ ଦୁଇ ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ ଓ ସଂଜୀବ ନିଲମ ଖେସ । ଅମିତ ରୋହିଦାସ ଦଳର ଉପଅଧିନାୟିକ ଅଛନ୍ତି ।












Click it and Unblock the Notifications