ହକି ବିଶ୍ବକପ: ଆଜି ଭାରତ ବନାମ ଇଂଲଣ୍ଡ ମୁକାବିଲା, କ୍ବାର୍ଟର ଲକ୍ଷ୍ୟରେ ଲଢ଼ିବେ ଉଭୟ ଦଳ
ଜି (ରବିବାର) ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ର ତୃତୀୟ ଦିନ । ଟୁର୍ଣ୍ଣାମେଣ୍ଟର ନମବ ମ୍ୟାଚ ତଥା ଆଜି ଦିନର ଦ୍ୱିତୀୟ ମ୍ୟାଚରେ ମୁହାମୁହିଁ ହେବେ ଭାରତ ଓ ଇଂଲଣ୍ଡ ଦଳ । ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7ଟାରେ ଖେଳାଯିବ ଏହି ମ୍ୟାଚ।
ରାଉରକେଲା: ଆଜି (ରବିବାର) ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ର ତୃତୀୟ ଦିନ । ଟୁର୍ଣ୍ଣାମେଣ୍ଟର ନମବ ମ୍ୟାଚ ତଥା ଆଜି ଦିନର ଦ୍ୱିତୀୟ ମ୍ୟାଚରେ ମୁହାମୁହିଁ ହେବେ ଭାରତ ଓ ଇଂଲଣ୍ଡ ଦଳ । ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7ଟାରେ ଖେଳାଯିବ ଏହି ମ୍ୟାଚ ।

ତେବେ ପୁଲ୍-'ଡି' ରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ନିଜ ନିଜ ପ୍ରଥମ ମ୍ୟାଚରେ ବିଜୟ ହାସଲର କରିଥିବାରୁ ଆଜି ମ୍ୟାଚକୁ ହାତେଇ କ୍ବାର୍ଟର ଲକ୍ଷ୍ୟରେ ରହିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡ । କାରଣ ପରବର୍ତ୍ତୀ ମ୍ୟାଚରେ ଉଭୟ ଦଳ ଅପେକ୍ଷାକୃତ କମ୍ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବେ । ତେଣୁ ପ୍ରାୟ ସମାନ ଦକ୍ଷତା ରଖିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ୱେଲ୍ସ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲ୍ରେ ବିଜୟୀ ହୋଇଥିବା ଇଂଲଣ୍ଡକୁ ପରାସ୍ତ କରିବା ଆୟୋଜକ ଭାରତ ପାଇଁ ଏତେଟା ସହଜ ହୋଇନପାରେ। ପୂର୍ବ ମ୍ୟାଚରେ ପଲ୍ ରେଭିଙ୍ଗଟନଙ୍କ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ପେନାଲଟି କର୍ଣ୍ଣରକୁ ଗୋଲରେ ସଫଳ ରୂପାୟନ ହିଁ ଇଂଲଣ୍ଡକୁ କିଛି ମାତ୍ରାରେ ଆଗୁଆ ରଖିଛି ।
ଅନ୍ୟପଟେ ବିଶ୍ବ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ଭାରତ ପ୍ରଥମ ମ୍ୟାଚରେ ଅନ୍ୟତମ ଶକ୍ତିଶାଳୀ ଦଳ ସ୍ପେନକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଉକ୍ତ ମ୍ୟାଚରେ ଭାରତୀୟ ରକ୍ଷଣାଭାଗ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫରୱାର୍ଡ ବାହିନୀଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଏକାଧିକ ଗୋଲ ହାତଛଡ଼ା କରିଥିଲା । ଉପଅଧିନାୟକ ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିବାବେଳେ ହାର୍ଦିକ ସିଂହ ଫିଲ୍ଡ ଗୋଲ ଦେଇଥିଲେ । ଭାରତ ଉକ୍ତ ମ୍ୟାଚରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବା ଏବଂ ଅଗ୍ରଭାଗରେ ସେଭଳି ଭଲ ପ୍ରଦର୍ଶନ କରି ପାରିନଥିଲା । ସ୍ପେନ ବିପକ୍ଷ ମ୍ୟାଚରେ ହରମନପ୍ରୀତ ଓ ଅମିତ ଯୋଡ଼ି ଭଲ ସମନ୍ୱୟ ରକ୍ଷା କରି ଖେଳିଥିଲେ। ରକ୍ଷଣଭାଗରେ ଦଳ ଭଲ ପ୍ରଦର୍ଶନ କରିଥିଲା । ପେନାଲ୍ଟି କର୍ଣ୍ଣର ଓ ଅଗ୍ରଭାଗରେ ଆମକୁ କିଛି ତ୍ରୁଟି ଦେଖିବାକୁ ମିଳିଥିଲା। ପେନାଲ୍ଟି କର୍ଣ୍ଣରକୁ ଶତ ପ୍ରତିଶତ ଗୋଲରେ ପରିଣତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆମେ ଉକ୍ତ ତ୍ରୁଟିକୁ ସୁଧାରିବା ନେଇ ପ୍ରୟାସ କରିବୁ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ କହିଛନ୍ତି ।
ଏହି ମ୍ୟାଚରେ ମୁଖ୍ୟତଃ ତିନି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେମାନେ ହେଉଛନ୍ତି ଭାରତର ଅମିତ ରୋହିଦାସ ଓ ମିଡ୍ଫିଲ୍ଡର ହାର୍ଦ୍ଦିକ ସିଂହ ଏବଂ ଇଲଂଣ୍ଡର ଲିଆମ୍ ଆନସେଲ୍ । ରବିବାର ମ୍ୟାଚ୍ ପାଇଁ ଉଭୟ ଦଳ ଶନିବାର ଦିନ କଡ଼ା ଅଭ୍ୟାସ କରିଛନ୍ତି। ଷ୍ଟାଡିୟମ ପାଖରେ ଥିବା ଅଭ୍ୟାସ ପଡ଼ିଆରେ ଶନିବାର ଦିନ ଉଭୟ ଦଳର ଖେଳାଳିଙ୍କ ଝାଳବୁହା ଅଭ୍ୟାସ ଦେଖିବାକୁ ମିଳିଥିଲା।












Click it and Unblock the Notifications