ହକି ବିଶ୍ୱକପ: ସୁଟ୍ଆଉଟରେ ହାରିଲା ଭାରତ, ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ଆୟୋଜକ ଦଳ
କଳିଙ୍ଗରେ କଟିଲା ଭାରତର କ୍ୱାର୍ଟର ଟିକେଟ୍ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍ ଓଭର ମ୍ୟାଚରେ ସୁଟ୍ଆଉଟ ରାଉଣ୍ଡରେ ପରାସ୍ତ ହେଲା ଭାରତ । ଶେଷ ସୁଯୋଗରେ ମଧ୍ୟ ଫେଲ ମାରିଛି ଆୟୋଜକ ଦଳ ।
ଭୁବନେଶ୍ୱର: କଳିଙ୍ଗରେ କଟିଲା ଭାରତର କ୍ୱାର୍ଟର ଟିକେଟ୍ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍ ଓଭର ମ୍ୟାଚରେ ସୁଟ୍ଆଉଟ ରାଉଣ୍ଡରେ ପରାସ୍ତ ହେଲା ଭାରତ । ଶେଷ ସୁଯୋଗରେ ମଧ୍ୟ ଫେଲ ମାରିଛି ଆୟୋଜକ ଦଳ । ତେବେ ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ହୋଇଛି ଟିମ୍ ଇଣ୍ଡିଆ ।

ଆଜି ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ କ୍ରସ ଓଭର ମ୍ୟାଚରେ ପ୍ରଥମେ ସ୍କୋର 3-3 ବରାବାର ହେବା ଫଳରେ ମ୍ୟାଚ ପେନାଲ୍ଟି ସୁଟ୍ଆଉଟ୍ କୁ ଯାଇଥିଲା । ଆଉ ଯେଉଁଠି ଭାରତ 4-5 ଗୋଲରେ ପରାସ୍ତ ହୋଇଛି ।
ଆଜିର ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମରୁ ହିଁ ଆକ୍ରମଣାତ୍ମକ ଖେଳିଥିଲା ଭାରତ। ଦ୍ୱିତୀୟ କ୍ୱାର୍ଟରର ୧୭ ମିନିଟରେ ମିଳିଥିବା ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲା ଭାରତ। ଲଲିତ ଉପାଧ୍ୟାୟ ଏହି ଗୋଲ କରିଥିଲେ। ଏହା ପରେ ସେହି ଦ୍ୱିତୀୟ କ୍ୱାର୍ଟରରେ ମିଳିଥିବା ଆଉ ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲେ ସୁଖଜିତ ସିଂ।
ଭାରତ ପକ୍ଷରୁ ଲଳିତ କୁମାର ଉପାଧ୍ୟାୟ, ସୁଖଜିତ ସିଂହ ଓ ବରୁଣ କୁମାର ଯଥାକ୍ରମେ ୧୭, ୨୪ ଓ ୪୦ ମିନିଟରେ ଗୋଲ୍ ଦେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ତରଫରୁ ସାମ ଲେନ୍, କେନ୍ ରସେଲ ଓ ସନ୍ ଫିଣ୍ଡଲେ ୨୮, ୪୩ ଓ ୪୯ ମିନିଟରେ ଗୋଲ ଦେଇଥିଲେ। ପେନାଲ୍ଟି ସୁଟ୍ଆଉଟ୍ରେ ନ୍ୟୁଜିଲାଣ୍ଡ ୫ଟି ଗୋଲ୍ ଦେଇଥିଲା। ଜବାବରେ ଭାରତ ୪ଟି ଗୋଲ୍ ମାରିପାରିଥିଲା।
ଏହା ପୂର୍ବରୁ ମାଲେସିଆ ଓ ସ୍ପେନ୍ ମଧ୍ୟରେ ରବିବାର ହକି ବିଶ୍ବକପ୍ରେ କ୍ରସ୍ ଓଭର ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ ରୋମାଞ୍ଚକର ଥିଲା। ସୁଟ୍ଆଉଟରେ ଫଳାଫଳ ବାହାରିଥିଲା। ସୁଟ୍ଆଉଟ୍ରେ ମାଲେସିଆକୁ ସ୍ପେନ୍ ପରାସ୍ତ କରିବା ସହ ପ୍ରଥମ ଟିମ୍ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଥିଲା। ସ୍ପେନ୍ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।












Click it and Unblock the Notifications