Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ନବମ ସ୍ଥାନ ସହ ଅଭିଯାନ ଶେଷ କଲା ଭାରତ

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶନିବାର ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନବମ ସ୍ଥାନ ସହ ନିଜ ବିଶ୍ୱକପ ଅଭିଯାନ ଶେଷ କରିଛି । ଦକ୍ଷିଣ ଆଫ୍ରିକା ୧୧ତମ ସ୍ଥାନରେ ରହିଛି ।

ରାଉରକେଲା: ଚଳିତ ପୁରୁଷ ହକି ବିଶ୍ବକପ-୨୦୨୩ରେ ଶେଷ ହୋଇଛି ଆୟୋଜକ ଭାରତୀୟ ଦଳର ଅଭିଯାନ । ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶନିବାର ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନବମ ସ୍ଥାନ ସହ ନିଜ ବିଶ୍ୱକପ ଅଭିଯାନ ଶେଷ କରିଛି । ଦକ୍ଷିଣ ଆଫ୍ରିକା ୧୧ତମ ସ୍ଥାନରେ ରହିଛି । ଭାରତ ପୂର୍ବରୁ ଜାପାନକୁ ୮-୦ ଗୋଲରେ ହରାଇଥିଲା ।

Hockey World Cup

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ତରଫରୁ ଅଭିଷେକ, କ୍ୟାପଟେନ ହରମନପ୍ରୀତ ସିଂହ, ଶମସେର ସିଂହ, ଆକାଶଦୀପ ସିଂହ ଓ ସୁଖଜୀତ ସିଂହ ଗୋଲ୍ ସ୍କୋର କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ସାମକେଲୋ ଏମ୍ଭିବି ଓ ମୁସ୍ତାଫା କାସିୟମ ଗୋଲ୍ କରିଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ପ୍ରଥମ କ୍ବାର୍ଟରରେ ୨ଟି, ୩ୟ କ୍ବାର୍ଟରରେ ଗୋଟିଏ ଏବଂ ଶେଷ କ୍ବାର୍ଟରରେ ୨ଟି ଗୋଲ୍‌ ଦେଇଥିଲା। ଅଭିଷେକ ୪ମିନିଟରେ ଗୋଲ୍‌ ଦେଇଥିଲେ। ଅଧିନାୟକ ହର୍ମନପ୍ରୀତି ସିଂହ ୧୧, ଶାମସେର ସିଂହ ୪୪, ଅକାଶଦୀପ ସିଂହ ୪୮ ଓ ସୁଖଜିତ ସିଂହ ୫୮ ମିନିଟରେ ଗୋଲ୍‌ ଦେଇଥିଲେ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସାମକେଲୋ ଏମ୍‌ଭିବି ୪୮ ଓ ମୁସ୍ତାପା କାସିମ ୫୯ ମିନିଟରେ ଗୋଲ ଦେଇଥିଲେ।

ଉଲ୍ଲେଖଥାଉ କି, ଭାରତ କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପେନାଲ୍ଟି ସୁଟଆଉଟରେ ହାରି କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା । ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୪ଟି ବିଜୟ ସହ ଭାରତ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+