ହକି ବିଶ୍ବକପ, କ୍ରସ୍ ଓଭର: ଭାରତ ପାଇଁ ବିଜୟ ଏକମାତ୍ର ବିକଳ୍ପ

ଆଜି ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ରେ ଆୟୋଜକ ଭାରତୀୟ ଦଳ ଖେଳିବ କ୍ରସ୍ ଓଭର ମ୍ୟାଚ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ବିଜୟ ପାଇଲେ ହିଁ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପାରିବ ।

IND vs NZ Crossover, Hockey World Cup 2023: ଆଜି ବିଜୟ ଅନିବାର୍ଯ୍ୟ, ଆଜି କଳିଙ୍ଗରେ 'କର ବା ମର' । ଆଜି ବିଜୟ ଏକମାତ୍ର ବିକଳ୍ପ, ଆଜି ଶେଷ ସୁଯୋଗ । ଏମିତି କିଛି କଥା ଏବେ ଭାରତୀୟ ହକି ପ୍ରେମୀଙ୍କ ମନରେ ଲହଡି଼ ଭାଙ୍ଗୁଛି । କାରଣ ଆଜି ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ରେ ଆୟୋଜକ ଭାରତୀୟ ଦଳ ଖେଳିବ କ୍ରସ୍ ଓଭର ମ୍ୟାଚ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ବିଜୟ ପାଇଲେ ହିଁ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପାରିବ । ଅନ୍ୟପଟେ ପରାଜୟ ଦେଖାଇବ ଟୁର୍ଣ୍ଣାମେଣ୍ଟରୁ ବାହାରକୁ ରାସ୍ତା ।

Hockey World Cup, IND vs NZ Crossover

ତେବେ ପୁଲ୍‌ 'ଡି'ରେ ଥିବା ଭାରତୀୟ ଦଳ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିବାରୁ କ୍ରସ୍ ଓଭର ମ୍ୟାଚ୍‌ ଖେଳିବା ପାଇଁ ବାଧ୍ୟ ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ପରାଜିତ କରିଥିବାବେଳେ ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ଗୋଲଶୂନ୍ୟ ଡ୍ର ରଖିଥିଲା। ଅନ୍ତିମ ଲିଗ୍‌ ମ୍ୟାଚରେ ଦଳ ୱେଲ୍‌ସକୁ ୪-୨ ଗୋଲରେ ପରାସ୍ତ କରି ପୁଲ୍‌ର ୨ୟ ସ୍ଥାନ ହାସଲ କରିଥିଲା ।

ଅନ୍ୟପଟେ ଏଫ୍‌ଆଇଏଚ୍‌ ମାନ୍ୟତାର ୧୨ତମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ପୁଲ୍‌-ସି ରେ ସ୍ଥାନ ପାଇଥିଲା । ଚିଲିକୁ ୩-୧ ଗୋଲରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିବା ବେଳେ ନେଦରଲାଣ୍ଡସ ଠାରୁ ୦-୪ ଓ ମାଲେସିଆ ନିକଟରୁ ୩-୨ ଗୋଲରେ ପରାସ୍ତା ହୋଇଥିଲା । ନ୍ୟୁଜିଲାଣ୍ଡ ପୁଲର ୩ୟ ସ୍ଥାନରେ ରହି କ୍ରସ୍‌ ଓଭର ମ୍ୟାଚ ଖେଳିବାକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡ ୫ଟି ଗୋଲ ଦେଇଥିବା ବେଳେ ୮ ଟି ଗୋଲ ବରଣ କରିଛି ।

ତେବେ ଆଜି (ରବିବାର) ମ୍ୟାଚ୍‌ ଜିତିଲେ ଭାରତ ମଙ୍ଗଳବାର ରାତିରେ କ୍ବାର୍ଟର ଫାଇନାଲରେ ବିଶ୍ବକପ୍‌ ଓ ଅଲିମ୍ପିକ୍ ବିଜେତା ବେଲଜିୟମ୍‌କୁ ଭେଟିବ। ଅର୍ଥାତ୍ ଭାରତ ପାଇଁ ଏବେ ଏଭେରେଷ୍ଟ ଚଢ଼ିବାର କଷ୍ଟକର ଲକ୍ଷ୍ୟ ରହିଛି । ତଥାପି ନିକଟ ଅତୀତରେ ନ୍ୟୁଜିଲାଣ୍ଡକୁ ଭାରତ ଦୁଇ ଥର ମାତ୍ ଦେଇଥିବାରୁ ଘରୋଇ ଦଳ ଆତ୍ମ ବିଶ୍ବାସରେ ରହିଛି । ଗତ ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ହିଁ ଭାରତ ଏଫ୍‌ଆଇଏଚ୍‌ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଉଭୟ ମୁକାବିଲାରେ ବ୍ଲାକ ଷ୍ଟିକ୍ ଦଳକୁ ୪-୩ ଓ ୭-୪ ଗୋଲ୍‌ରେ ହରାଇଥିଲା । ଫଳରେ ଆଜି ଘରୋଇ ଦଳ ନିଶ୍ଚିତ ଫାଇଦାରେ ରହିବ । ସେହିପରି ଅମିତ ରୋହିଦାସ ଓ ନୀଲମ ସଂଜୀପ ଖେସ୍‌ଙ୍କ ଉପରେ ନିଶ୍ଚିତ ଓଡ଼ିଆ ଦର୍ଶକଙ୍କ ବିଶେଷ ନଜର ରହିବ ରବିବାର।

୧୯୭୫ ମସିହାରେ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ବକପ୍ ଜିତିଥିବା ଭାରତ ଏବେ ୪୮ ବର୍ଷ ପଦକ ମରୁଡିର ଅନ୍ତ ଘଟାଇ ପାରିବ କି ନା ପ୍ରଶ୍ନ ଉଠିଛି । ଆକାଶଦୀପ ସିଂହ ଫର୍ମକୁ‌ ଫେରିବା ଭାରତ ପାଇଁ ଖୁସିର ଖବର ହୋଇଥିଲେ ମଧ୍ୟ ଅଧିନାୟକ ହରମନପ୍ରୀତ୍ ସିଂହ ପେନାଲ୍ଟି କର୍ଣ୍ଣର ରୂପାରନ୍ତରଣରେ ବିଫଳ ହେଉଥିବାରୁ ଦଳର ଚିନ୍ତା ବଢ଼ିଛି । ପ୍ରଥମ ଦୁଇ ମ୍ୟାଚରେ ଚମତ୍କାର ଖେଳିଥିବା ହାର୍ଦିକ ସିଂହ ଆହତ କାରଣରୁ ବିଶ୍ବକପ୍‌ରୁ ବାଦ୍ ପଡ଼ିଥିବାରୁ ମଧ୍ୟ ଦଳ ଉପରେ ଚାପ ପଡ଼ିଛି । ଆକାଶଦୀପ ସିଂହ, ମନ୍ରପୀତ୍ ସିଂହ, ମନଦୀପ ସିଂହଙ୍କ ସହ ଗୋଲରକ୍ଷକ ପିଆର୍‌ ଶ୍ରୀଜେଶଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବ ।

ଦଳ ୱେଲ୍‌ସ ବିପକ୍ଷରେ ଯେଉଁଭଳି ଭାବେ ଖେଳିଲା ତାହା ବେଶ ଚିନ୍ତାଜନକ । ପେନାଲ୍ଟି କର୍ଣ୍ଣରକୁ ୫୦ ପ୍ରତିଶତ ଗୋଲରେ ପରିଣତ କରିବାରେ ଦଳ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଇଂଲଣ୍ଡ ବିପକ୍ଷରେ ୭ଟି ପେନାଲ୍ଟି କର୍ଣ୍ଣରରୁ ଦଳ ଗୋଟିଏ ହେଲେ ଗୋଲ ଦେଇପାରି ନ ଥିବାବେଳେ ୱେଲ୍‌ସ ବିପକ୍ଷରେ ୬ଟି ପେନାଲ୍ଟି କର୍ଣ୍ଣରରୁ ମାତ୍ର ୨ଟି ଗୋଲ ଦେଇଛି। ଏକମାତ୍ର ଡ୍ରାଗ୍‌ ଫ୍ଲିକର ହରମନପ୍ରୀତଙ୍କ ଉପରେ ଭାରତ ନିର୍ଭର କରୁଛି । ହରମନପ୍ରୀତ ବିଫଳ ହେଲେ ଭାରତ ସମ୍ପୂର୍ଣ୍ଣ ବିଫଳ ହେଉଛି । ଭାରତ ପକ୍ଷରୁ ଆକାଶଦୀପ୍‌ ସିଂହ ୨ଟି, ହରମନପ୍ରୀତ ସିଂହ, ସମସେର ସିଂହ, ଅମିତ ରୋହିଦାସ ଗୋଲ ସ୍କୋର କରିବାରେ ସଫଳ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+