ହକି ବିଶ୍ୱକପ: ରବିବାର ଜର୍ମାନୀ ବନାମ ବେଲଜିୟ ଫାଇନାଲ୍ ଫାଇଟ୍
ଆସନ୍ତା ରବିବାର ଖେଳାଯିବ ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲ ଫାଇଟ୍ । ମୁହାଁମୁହିଁ ହେବେ ଡିପେଣ୍ଡିଂ ଚାମ୍ପିଅନ ବେଲଜିୟମ୍ ଓ ବିଶ୍ୱ ର଼୍ୟାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ।
ଭୁବନେଶ୍ୱର: ସଣଡେ଼ ସୁପର ଫାଇଟ୍ ରେ ମହା ମୁକାବିଲା । ଆସନ୍ତା ରବିବାର ଖେଳାଯିବ ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲ ଫାଇଟ୍ । ମୁହାଁମୁହିଁ ହେବେ ଡିପେଣ୍ଡିଂ ଚାମ୍ପିଅନ ବେଲଜିୟମ୍ ଓ ବିଶ୍ୱ ର଼୍ୟାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ । ରବିବାର ସଂଧ୍ୟା 7ଟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ହାଇ ଭୋଲଟେଜ୍ ମ୍ୟାଚ ।

ଏହା ପୂର୍ବରୁ ଆଜି (ଶୁକ୍ରବାର) ଶେଷ ହୋଇଛି ଦୁଇଟି ଯାକ ସେମିଫାଇନାଲ ମ୍ୟାଚ୍ । ପ୍ରଥମ ସେମିଫାଇନାଲ ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଛି ଜର୍ମାନୀ ଦଳ । ଏକଦା ମ୍ୟାଚର ତୃତୀୟ କ୍ୱାର୍ଟରରେ 2-0ରେ ଆଗୁଆ ଥିବା ବିଶ୍ୱ ମାନ୍ୟତାର ନମ୍ୱର ୱାନ ଟିମ୍ ଅଷ୍ଟ୍ରେଲିଆକୁ 4-3 ଗୋଲରେ ପରାସ୍ତ କରିଛି ଜର୍ମାନୀ । ସେହିପରି ପେନାଲ୍ଟି ସୁଟ୍ଆଉଟ୍ ରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ 2-2 ଗୋଲରେ ଶେଷ ହୋଇଥିଲା । ଫଳରେ ମ୍ୟାଚ ପେନାଲ୍ଟି ସୁଟ୍ଆଉଟକୁ ଯାଇଥିଲା । ଶେଷରେ ବେଲଜିୟମ୍ 3-2ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲା ।
ଅନ୍ୟପଟେ ସେହି ଦିନ ଜାନୁଆରୀ 29 ତାରିଖ (ରବିବାର) ଅପରାହ୍ଣ ସାଢ଼େ 4ଟାରେ ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଲଢିବେ ।
ଆଜିର ସେମିଫାଇନାଲ ମ୍ୟାଚ୍ ବେଶ ରୋମାଞ୍ଚକର ଥିଲା । ଏକଦା ମ୍ୟାଚର ତୃତୀୟ କ୍ୱାର୍ଟରରେ 2-0ରେ ଆଗୁଆ ଥିବା ବିଶ୍ୱ ମାନ୍ୟତାର ନମ୍ୱର ୱାନ ଟିମ୍ ଅଷ୍ଟ୍ରେଲିଆକୁ 4-3 ଗୋଲରେ ପରାସ୍ତ କରିଥିଲା ଜର୍ମାନୀ । ପ୍ରଥମ ତିନୋଟି କ୍ୱାର୍ଟରରେ ଗୋଲ ଶୂନ୍ୟ ଥିବା ଜର୍ମାନୀ ଦଳକୁ ହ୍ୟାଟ୍ରିକ୍ ଗୋଲ ଦେଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ ଦଳର ଷ୍ଟାର ଖେଳାଳି ଗୋଞ୍ଜାଲୋ ପୈଲାଟ୍ । ମ୍ୟାଚର 43, 52 ଓ 59 ତମ ମିନିଟରେ ହ୍ୟାଟ୍ରିକ୍ ଗୋଲ୍ ହିଟ୍ କରିଥିଲେ ପୈଲାଟ୍ । ପରେ ମ୍ୟାଚର ଶେଷ ମିନିଟ୍ ଅର୍ଥାତ ମ୍ୟାଚର 60 ତମ ମିନିଟରେ ଜର୍ମାନୀ ପାଇଁ ଗୋଲ ହିଟ୍ କରି ଦଳକୁ 4-3ରେ ଅଗ୍ରଣୀ କରାଇଥିଲେ ନିକ୍ଲାସ୍ ୱେଲେନ୍ ।

ତେବେ ଏହି ଗୋଲ ପରେ ମ୍ୟାଚରେ ମାତ୍ର ଆଉ 6 ସେକେଣ୍ଡ ବାକି ରହିଥିଲା । ଯେଉଁଠି ଆଉ ୱାର୍ଲ୍ଡ ନଂ 1 ଟିମ୍ ଅଷ୍ଟ୍ରେଲିଆ ହାତରେ କିଛି ନଥିଲା । ଶେଷରେ କଳିଙ୍ଗରେ ବାଜିଥିଲା ମ୍ୟାଚର ଫାଇନାଲ ବେଲ୍ । ଆଉ ଚଳିତ ହକି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଥିଲା ଜର୍ମାନୀ । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଚର 12ତମ ମିନିଟରେ ଜେର୍ମି ହାୱାର୍ଡ, 27 ତମ ମିନିଟରେ ନାଥନ ଏଫର୍ମ ଓ 58 ତମ ମିନିଟରେ ଗୋଲ ସ୍କୋର କରିଥିଲେ ବ୍ଲାକ୍ ଗୋଭର୍ ।
ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ମଧ୍ୟ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ 2-2 ଗୋଲରେ ଶେଷ ହୋଇଥିଲା । ଫଳରେ ମ୍ୟାଚ ପେନାଲ୍ଟି ସୁଟ୍ଆଉଟକୁ ଯାଇଥିଲା । ଶେଷରେ ବେଲଜିୟମ୍ 3-2 ନେଦରଲାଣ୍ଡ୍ସକୁ ପରାସ୍ତ କରିଥିଲା ।












Click it and Unblock the Notifications