ହକି ବିଶ୍ୱକପ: ଆଜି କଳିଙ୍ଗରେ ଫାଇନାଲ୍ ଫାଇଟ୍, ମୁହାଁମୁହିଁ ହେବେ ଜର୍ମାନୀ-ବେଲଜିୟମ

ଚଳିତ ଓଡିଶା ପୁରୁଷ ହକି ବିଶ୍ୱକପ 2023 ରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ବେଲିଜିୟ ଓ ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ । ସନ୍ଧ୍ୟା ୭ଟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଦୁଇ ୟୁରୋପୀୟ ଦେଶ ଲଢିବେ ।

Hockey World Cup

ଭୁବନେଶ୍ୱର: ଚଳିତ FIH ଓଡିଶା ପୁରୁଷ ହକି ବିଶ୍ୱକପ 2023 ରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ବେଲିଜିୟ ଓ ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ । ସନ୍ଧ୍ୟା ୭ଟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଦୁଇ ୟୁରୋପୀୟ ଦେଶ ଲଢିବେ ।

୨୦୧୮ର ବିଶ୍ୱ ଚାମ୍ପିୟନ ବେଲଜିୟମ ଲଗାତାର ଦିତୀୟ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିବ। ଫଳରେ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛି ଗତଥର ଚାମ୍ପିଅନ୍ । ସେପଟେ ଜର୍ମାନୀ ବିଶ୍ୱକପରେ ପଞ୍ଚମ ଥର ପାଇଁ ଫାଇନାଲ ଖେଳିବ। ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ୨୦୧୦ରେ ରନରଅପ୍‌ରେ ସନ୍ତୁଷ୍ଟ ଥିଲା । ଏବେ ୧୨ ବର୍ଷ ପରେ ପୁଣି ଥରେ ଫାଇନାଲ ଖେଳିବ ଜର୍ମାନୀ । ଏଥିପାଇଁ ଏହି ସୁଯୋଗକୁ ଜର୍ମାନୀ ହାତଛଡା କରିବନି। ନୂଆ ରଣନୀତି କରି ପଡିଆକୁ ସେ ଓହ୍ଲାଇବ।

ବେଲଜିୟମ୍ ଦଳର କାହାଣୀ

ବିଶ୍ବ ହକିରେ ଲଗାତାର ଟ୍ରଫି ଜିତିବାରେ ବେଲଜିୟମ୍ ଚତୁର୍ଥ ଦଳ ହେବାକୁ ଆଶା ରଖିଛି। ପୂର୍ବରୁ ପାକିସ୍ତାନ, ଅଷ୍ଟ୍ରେଲିଆ, ଜର୍ମାନି ଟାଇଟଲ୍‌ ଡିଫେଣ୍ଡ କରିବାରେ ସକ୍ଷମ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ବେଲଜିୟମ୍‌ ଦଳର ଅଧିକାଂଶ ଖେଳାଳି ଭୁବନେଶ୍ବରରେ ବିଶ୍ବକପ୍‌ ‌ଖେଳୁଛନ୍ତି। ସେହିଭଳି ବେଲଜିୟମ୍ ଚଳିତ ବିଶ୍ବକପ୍‌ର ସବୁଠାରୁ ବୟସ୍କ ଦଳ ହୋଇଥିଲେ ମଧ୍ୟ ପ୍ରଦର୍ଶନରେ କିଛି କମ୍ ପ୍ରମାଣିତ କରିନାହିଁ। ଦଳର ୧୧ ଜଣ ଖେଳାଳି ୩୦ରୁ ଉର୍ଦ୍ଧ୍ୱ ବୟସର ଏବଂ ୩ ଜଣ ୩୫ ବର୍ଷରୁ ଅଧିକ। ବେଲଜିୟମ୍‌ର ଏହି ସ୍ବର୍ଣ୍ଣିମ ଯୁଗର ହକିର ଖେଳାଳିମାନେ ହାତରେ ବିଶ୍ବକପ୍‌ ଓ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକର ସ୍ପର୍ଶ ପାଇ ସାରିଛନ୍ତି। ବେଲଜିୟମ୍ ଦଳ ମଧ୍ୟ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ କରି ଆଗକୁ ବଢ଼ିଛି । ଚଳିତ ବିଶ୍ବକପ୍‌ରେ ବେଜଲିୟମ୍‌ ୧୮ ଗୋଲ୍ ଦେଇଥିବା ବେଳେ ତାରକା ଷ୍ଟ୍ରାଇକର୍ ଟମ୍ ବୁନ୍‌ ସର୍ବାଧିକ ୭‌ ଗୋଲ୍‌ ଦେଇଛନ୍ତି। ଦଳ ମଧ୍ୟ ୫ ମ୍ୟାଚ୍‌ରେ ମାତ୍ର ୫ଟି ଗୋଲ୍ ବରଣ କରିଛି।

ଜର୍ମାନୀ ଦଳର କାହାଣୀ

୪ ନମ୍ବର ମାନ୍ୟତାପ୍ରାପ୍ତ ଜର୍ମାନି ଯେଉଁଭଳି ଶାନ୍ତ ଭାବେ ପ୍ରତ୍ୟାବର୍ତନ କରିବାର ଚରିତ୍ର ଦେଖାଇଛି ତାହା ବେଲଜିୟମ୍‌ ପାଇଁ ଚିନ୍ତାର କାରଣ ହୋଇଛି। କ୍ବାର୍ଟରଫାଇନାଲ୍‌ରେ ଇଂଲଣ୍ଡକୁ ଏବଂ ସେମିଫାଇନାଲ୍‌ରେ ଏକ ନମ୍ବର ଅଷ୍ଟ୍ରେଲିଆକୁ ଯେଉଁଭଳି ଭାବେ ପରାସ୍ତ କରିଛି ସ୍ବାଭାବିକ ଭାବେ ପ୍ରତିଦ୍ବନ୍ଦ୍ବୀ ଦଳ ଶିବିରରେ ଛନକା ପଶିଯାଇଛି। ଉଭୟ ଥର ପଛୁଆ ରହିବା ପରେ ଶେଷ କ୍ଷଣରେ ବିଜୟୀ ହୋଇଛି ଏହି ଦୁଇ ଥର ବିଜେତା ଦଳ। ଇଂଲଣ୍ଡ ବିପକ୍ଷରେ ଡାଏ ହୋନାମସଙ୍କ ଦଳ ଶେଷ ଅଢ଼େଇ ମିନିଟରେ ୨ ଗୋଲ୍ ଦେଇ ସେମିଫାଇନାଲ୍ ପହଞ୍ଚିବା ପରେ ଅପରାଜିତ ଅଷ୍ଟ୍ରେଲିଆକୁ ଶେଷ ୬ ସେକେଣ୍ଡରେ ଚକମା ଦେଇଥିବାରୁ ଆତ୍ମବିଶ୍ବାସରେ ରହିଛି। ଗତ ଥର ପଞ୍ଚମ ସ୍ଥାନରେ ରହିଥିବା ଜର୍ମାନି ଶେଷ ଥର ପାଇଁ ୧୭ ବର୍ଷ ତଳେ ବିଜେତା ହୋଇଥିଲା।

ଏକ ମାସର ହକି ଫିଭର୍ ହେବ ଶେଷ

ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ ଦେଶ ଓ ବିଦେଶରୁ ଆସିଥିବା ଖେଳାଳି ଓ ସମର୍ଥକଙ୍କୁ ନିଜର ଆତିଥେୟତା, କଳା, ସଂସ୍କୃତି ଓ ଖେଳୱାଡ ମନୋଭାବ ପ୍ରଦର୍ଶନ କରିବାର ଶେଷ ସୁଯୋଗ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+