ହକି ବିଶ୍ୱକପ: ଫାଇନାଲରେ ବେଲଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହେଲା ଜର୍ମାନୀ

ଚଳିତ FIH ଓଡିଶା ପୁରୁଷ ହକି ବିଶ୍ୱକପ 2023ରେ ଆଜି ଖେଳାଯିବ ଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଲିଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହେଲା ଜର୍ମାନୀ ।

ଭୁବନେଶ୍ୱର: ଚଳିତ FIH ଓଡିଶା ପୁରୁଷ ହକି ବିଶ୍ୱକପ 2023ରେ ଆଜି ଖେଳାଯିବ ଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଲିଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହେଲା ଜର୍ମାନୀ । ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ଆଜି ମ୍ୟାଚରେ ସଡନଡେଥରେ ୫-୪ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ହୋଇଛି ।

Hockey World Cup

ନିର୍ଦ୍ଧାରିତ ୬୦ ମିନିଟ ଖେଳରେ ଉଭୟ ଦଳ ପରସ୍ପରକୁ ୩ଟି ଲେଖାଏଁ ଗୋଲ ଦେଇଥିଲେ । ପରେ ଗେମ ସୁଟ୍ଆଉଟ୍ କୁ ଯାଇଥିଲା । ସେଠାରେ ମଧ୍ୟ ମ୍ୟାଚ୍ ୩-୩ ରେ ବରାବର ହେବାରୁ ସଡନଡେଥ୍ ଆରମ୍ଭ ହୋଇଥିଲା । ଶେଷରେ ଜର୍ମାନୀ ୫-୪ ଗୋଲରେ ବିଜୟୀ ହୋଇଛି । ଅନ୍ୟପଟେ ଫାଇନାଲରେ ପରାଜୟ ସହ ଗୋଲ୍ଡେନ ଟ୍ରିପଲ ଟାଇଟଲ ହାସଲରୁ ବଞ୍ଚିତ ହୋଇଛି ବେଲଜିୟମ। ବେଲଜିୟମ ୨୦୧୮ରେ କଳିଙ୍ଗରେ ଖେଳାଯାଇଥିବା ହକି ବିଶ୍ୱକପରେ ଟାଇଟଲ ହାସଲ କରିଥିଲା । ପରେ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ବେଲଜିୟମ ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଦୁଇଟି ପ୍ରାରମ୍ଭିକ ଗୋଲ୍ ଖାଇବା ପରେ ପରେ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା । ଦଶମ ମିନିଟରେ ବେଲଜିୟମର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲା । ହାପ୍ ଟାଇମ୍ ପୂର୍ବରୁ ନିକ୍ଲାସ ୱେଲେନ ଦୁଇଟି ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟରରେ ଗୋଞ୍ଜାଲୋ ପିଲାଟ ସଫଳତାର ସହ ଏକ ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରିବା ପରେ ଜର୍ମାନୀର ଗୋଲ ସ୍କୋର ସମାନ ହୋଇଥିଲା । ଅନ୍ତିମ କ୍ୱାର୍ଟରରେ ପ୍ରଥମ ଥର ପାଇଁ ଜର୍ମାନୀ ଅଗ୍ରଣୀ ହାସଲ କଲାବେଳେ ଅଧିନାୟକ ମ୍ୟାଟ୍ସ ଗ୍ରାମବସ୍ ଏକ ଗୋଲ ଦେଇଥିଲେ । ତେବେ ମ୍ୟାଚ ୩-୩ ଗୋଲରେ ବରାବର ରହିଲା ପରେ ସଡନଡେଥରେ ଜର୍ମାନୀ ୫-୪ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଜର୍ମାନୀ ପୂର୍ବରୁ ୨୦୦୨ ଓ ୨୦୦୬ ମସିହାରେ ମଧ୍ୟ ଚାମ୍ପିଅନ ହୋଇଥିଲା ।

ଏଥର ଜର୍ମାନୀ ଓ ବେଲଜିୟମ ଗୋଟିଏ ଗ୍ରୁପରେ ଥିଲ । ଗ୍ରୁପ 'ବି'ରେ ଦୁଇ ଦଳ ମଧ୍ୟରେ ମ୍ୟାଚ ଡ୍ର ରହିଥିଲା । ସେମିଫାଇନାଲରେ ଜର୍ମାନୀ, ଅଷ୍ଟ୍ରେଲିଆକୁ ଓ ବେଲଜିୟମ, ନେଦରଲ୍ୟାଣ୍ଡସକୁ ହରାଇଥିଲା । ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡସ ଅଷ୍ଟ୍ରେଲିଆକୁ ହରାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+