For Quick Alerts
Turn On Notification  
For Daily Alerts
Oneindia App Download

ହକି ବିଶ୍ୱକପ: ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଫାଇଲାନରେ ଜର୍ମାନୀ, ଅଷ୍ଟ୍ରେଲିଆକୁ 4-3ରେ କଲା ପରାସ୍ତ

ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲରେ ଜର୍ମାନୀ । ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଛି ଜର୍ମାନୀ ଦଳ ।

|

ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲରେ ଜର୍ମାନୀ । ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଛି ଜର୍ମାନୀ ଦଳ । ଏକଦା ମ୍ୟାଚର ତୃତୀୟ କ୍ୱାର୍ଟରରେ 2-0ରେ ଆଗୁଆ ଥିବା ବିଶ୍ୱ ମାନ୍ୟତାର ନମ୍ୱର ୱାନ ଟିମ୍ ଅଷ୍ଟ୍ରେଲିଆକୁ 4-3 ଗୋଲରେ ପରାସ୍ତ କରିଛି ଜର୍ମାନୀ ।

Hockey World Cup

ପ୍ରଥମ ତିନୋଟି କ୍ୱାର୍ଟରରେ ଗୋଲ ଶୂନ୍ୟ ଥିବା ଜର୍ମାନୀ ଦଳକୁ ହ୍ୟାଟ୍ରିଗ ଗୋଲ ଦେଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ ଦଳର ଷ୍ଟାର ଖେଳାଳି ଗୋଞ୍ଜାଲୋ ପୈଲାଟ୍ । ମ୍ୟାଚର 43, 52 ଓ 59 ତମ ମିନିଟରେ ହ୍ୟାଟ୍ରିକ୍ ଗୋଲ୍ ହିଟ୍ କରିଥିଲେ ପୈଲାଟ୍ । ପରେ ମ୍ୟାଚର ଶେଷ ମିନିଟ୍ ଅର୍ଥାତ ମ୍ୟାଚର 60 ତମ ମିନିଟରେ ଜର୍ମାନୀ ପାଇଁ ଗୋଲ ହିଟ୍ କରି ଦଳକୁ 4-3ରେ ଅଗ୍ରଣୀ କରାଇଥିଲେ ନିକ୍ଲାସ୍ ୱେଲେନ୍ ।

ତେବେ ଏହି ଗୋଲ ପରେ ମ୍ୟାଚରେ ମାତ୍ର ଆଉ 6 ସେକେଣ୍ଡ ବାକି ରହିଥିଲା । ଯେଉଁଠି ଆଉ ୱାର୍ଲ୍ଡ ନଂ 1 ଟିମ୍ ଅଷ୍ଟ୍ରେଲିଆ ହାତରେ କିଛି ନଥିଲା । ଶେଷରେ କଳିଙ୍ଗରେ ବାଜିଥିଲା ମ୍ୟାଚର ଫାଇନାଲ ବେଲ୍ । ଆଉ ଚଳିତ ହକି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଥିଲା ଜର୍ମାନୀ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମିନିଟ୍ ରେ ଗୁରୁତ୍ୱପୂର୍ଣ୍ଣ ବିଜୟୀ ଗୋଲ ଦେଇଥିବା ନିକ୍ଲାସ୍ ୱେଲେନ୍ ଙ୍କୁ ପ୍ଲେୟାର ଅଫ୍ ମ୍ୟାଚ୍ ଭାବେ ବିବେଚିତ କରାଯାଇଛି ।

ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଚର 12ତମ ମିନିଟରେ ଜେର୍ମି ହାୱାର୍ଡ, 27 ତମ ମିନିଟରେ ନାଥନ ଏଫର୍ମ ଓ 58 ତମ ମିନିଟରେ ଗୋଲ ସ୍କୋର କରିଥିଲେ ବ୍ଲାକ୍ ଗୋଭର୍ ।

ଉଲ୍ଲେଖଥାଉ କି, ବେଲଜିୟମ ବନାମ୍ ନେଦରଲ୍ୟାଣ୍ଡସ୍ ମ୍ୟାଚର ବିଜେତାକୁ ହକି ବିଶ୍ୱକପ ଫାଇନାଲରେ ଭେଟିବ ଜର୍ମାନୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hockey World Cup: Germany beats Australia 4-3 in Last Minute Goal
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X