Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଫାଇଲାନରେ ଜର୍ମାନୀ, ଅଷ୍ଟ୍ରେଲିଆକୁ 4-3ରେ କଲା ପରାସ୍ତ

ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲରେ ଜର୍ମାନୀ । ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଛି ଜର୍ମାନୀ ଦଳ ।

ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲରେ ଜର୍ମାନୀ । ମ୍ୟାଚର ଶେଷ ମିନିଟରେ ଗୋଲ ହିଟ୍ କରି ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଛି ଜର୍ମାନୀ ଦଳ । ଏକଦା ମ୍ୟାଚର ତୃତୀୟ କ୍ୱାର୍ଟରରେ 2-0ରେ ଆଗୁଆ ଥିବା ବିଶ୍ୱ ମାନ୍ୟତାର ନମ୍ୱର ୱାନ ଟିମ୍ ଅଷ୍ଟ୍ରେଲିଆକୁ 4-3 ଗୋଲରେ ପରାସ୍ତ କରିଛି ଜର୍ମାନୀ ।

Hockey World Cup

ପ୍ରଥମ ତିନୋଟି କ୍ୱାର୍ଟରରେ ଗୋଲ ଶୂନ୍ୟ ଥିବା ଜର୍ମାନୀ ଦଳକୁ ହ୍ୟାଟ୍ରିଗ ଗୋଲ ଦେଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ ଦଳର ଷ୍ଟାର ଖେଳାଳି ଗୋଞ୍ଜାଲୋ ପୈଲାଟ୍ । ମ୍ୟାଚର 43, 52 ଓ 59 ତମ ମିନିଟରେ ହ୍ୟାଟ୍ରିକ୍ ଗୋଲ୍ ହିଟ୍ କରିଥିଲେ ପୈଲାଟ୍ । ପରେ ମ୍ୟାଚର ଶେଷ ମିନିଟ୍ ଅର୍ଥାତ ମ୍ୟାଚର 60 ତମ ମିନିଟରେ ଜର୍ମାନୀ ପାଇଁ ଗୋଲ ହିଟ୍ କରି ଦଳକୁ 4-3ରେ ଅଗ୍ରଣୀ କରାଇଥିଲେ ନିକ୍ଲାସ୍ ୱେଲେନ୍ ।

ତେବେ ଏହି ଗୋଲ ପରେ ମ୍ୟାଚରେ ମାତ୍ର ଆଉ 6 ସେକେଣ୍ଡ ବାକି ରହିଥିଲା । ଯେଉଁଠି ଆଉ ୱାର୍ଲ୍ଡ ନଂ 1 ଟିମ୍ ଅଷ୍ଟ୍ରେଲିଆ ହାତରେ କିଛି ନଥିଲା । ଶେଷରେ କଳିଙ୍ଗରେ ବାଜିଥିଲା ମ୍ୟାଚର ଫାଇନାଲ ବେଲ୍ । ଆଉ ଚଳିତ ହକି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଥିଲା ଜର୍ମାନୀ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମିନିଟ୍ ରେ ଗୁରୁତ୍ୱପୂର୍ଣ୍ଣ ବିଜୟୀ ଗୋଲ ଦେଇଥିବା ନିକ୍ଲାସ୍ ୱେଲେନ୍ ଙ୍କୁ ପ୍ଲେୟାର ଅଫ୍ ମ୍ୟାଚ୍ ଭାବେ ବିବେଚିତ କରାଯାଇଛି ।

ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଚର 12ତମ ମିନିଟରେ ଜେର୍ମି ହାୱାର୍ଡ, 27 ତମ ମିନିଟରେ ନାଥନ ଏଫର୍ମ ଓ 58 ତମ ମିନିଟରେ ଗୋଲ ସ୍କୋର କରିଥିଲେ ବ୍ଲାକ୍ ଗୋଭର୍ ।

ଉଲ୍ଲେଖଥାଉ କି, ବେଲଜିୟମ ବନାମ୍ ନେଦରଲ୍ୟାଣ୍ଡସ୍ ମ୍ୟାଚର ବିଜେତାକୁ ହକି ବିଶ୍ୱକପ ଫାଇନାଲରେ ଭେଟିବ ଜର୍ମାନୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+