ହକି ବିଶ୍ୱକପ: 'କର ବା ମର' ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା ଫ୍ରାନ୍ସ
ହକି ବିଶ୍ବକପ ୨୦୨୩ରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିଲା ଆଜି 3ୟ ମ୍ୟାଚ୍ । ପୁଲ୍-ଏରେ ଯାହା ଏକ କର ବା ମର ମ୍ୟାଚ୍ ଥିଲା । ଏହି ମ୍ୟାଚରେ ୨-୧ ଗୋଲରେ ବିଜୟ ଲାଭ କରିଛି ଫ୍ରାନ୍ ।
ଭୁବନେଶ୍ୱର: ହକି ବିଶ୍ବକପ ୨୦୨୩ରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିଲା ଆଜି 3ୟ ମ୍ୟାଚ୍ । ପୁଲ୍-ଏରେ ଯାହା ଏକ କର ବା ମର ମ୍ୟାଚ୍ ଥିଲା । ଏହି ମ୍ୟାଚରେ ୨-୧ ଗୋଲରେ ବିଜୟ ଲାଭ କରିଛି ଫ୍ରାନ୍ସ ।

ତେବେ ମ୍ୟାଚର ସପ୍ତମ ମିନିଟରେ ଭିକ୍ଟର ଚାର୍ଲେଟଙ୍କ ଦ୍ୱାରା ସଫଳତାର ସହ ରୂପାନ୍ତରିତ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଫ୍ରାନ୍ସ ଅଗ୍ରଣୀ ହାସଲ କରିଥିଲା । ପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଆଉଚମ୍ପ କଂନୋର ଗୋଲ ପରିଶୋଧ କରି ମ୍ୟାଚକୁ ୧-୧ ରେ ବରାବର କରିଥିଲେ । ତେବେ ମ୍ୟାଚରେ ପରବର୍ତ୍ତୀ ଦୁଇଟି କ୍ୱାର୍ଟର ଗୋଲ ଶୂନ୍ୟ ଥିଲା । ମାତ୍ର ଚତୁର୍ଥ କ୍ୱାର୍ଟରରେ ଫ୍ରାନ୍ସ ଅଧିନାୟକ ଚାରଲେଟ ଭିକ୍ଟରଙ୍କ ଦ୍ୱିତୀୟ ଗୋଲ ବଳରେ ବିଜୟୀ ହୋଇଥିଲା ଫ୍ରାନ୍ସ ଦଳ ।
ଏହା ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ ୨୦୨୩ରେ ଆଜିର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୦ରେ ଗୋଲରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି ୬ ଅଙ୍କ ସହ ପୁଲ-'ସି'ର ଶୀର୍ଷରେ ବସିଲା ନେଦରଲାଣ୍ଡସ୍ । ସେହିପର ଆଜିର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି ।












Click it and Unblock the Notifications