ହକି ବିଶ୍ୱକପ: ଆଜି ଶେଷ ଲିଗ୍ ମ୍ୟାଚ, ପୁଲ୍-ବିରେ ସମସ୍ତ ମ୍ୟାଚ ଡୁ-ଅର-ଡାଇ ପରିସ୍ଥିତି
ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ଅଷ୍ଟମ ଦିନ । ଆଜି ଖେଳାଯିବ ଟୁର୍ଣ୍ଣାମେଣ୍ଟରେ ଶେଷ ଲିଗ୍ ମ୍ୟାଚ । ଆଜି ପୁଲ-ଏ ଓ ପୁଲ-ବିରେ ଦୁଇଟି ଲେଖାଏଁ ମ୍ୟାଚ୍ ରହିଛି । ସମସ୍ତ ମ୍ୟାଚ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।
ଭୁବନେଶ୍ୱର: ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ଅଷ୍ଟମ ଦିନ । ଆଜି ଖେଳାଯିବ ଟୁର୍ଣ୍ଣାମେଣ୍ଟରେ ଶେଷ ଲିଗ୍ ମ୍ୟାଚ । ଆଜି ପୁଲ-ଏ ଓ ପୁଲ-ବିରେ ଦୁଇଟି ଲେଖାଏଁ ମ୍ୟାଚ୍ ରହିଛି । ସମସ୍ତ ମ୍ୟାଚ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

ପୁଲ-ଏ ମ୍ୟାଚ:
ଆଜି ପୁଲ-ଏ ରେ ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଦୁର୍ବଳ ଦକ୍ଷିଣ ଆଫ୍ରିକା ଦଳ । ଅପରାହ୍ନ 1ଟାରେ ଏହି ମ୍ୟାଚ ଖେଳାଯିବ । ତେବେ ପୁଲ-ଏ ରେ ପଏଣ୍ଟର ଶୀର୍ଷରେ ଥିବା କଙ୍ଗାରୁ ଦଳ ପ୍ରାୟତଃ ସିଧାସଳକ କ୍ୱାର୍ଟରଫାଇନାଲକୁ ଉତିନ୍ନ ହୋଇସାରିଛି । ଆଜି ମ୍ୟାଚ୍ ଜିତି ସ୍ଥିତିକୁ ଆହୁରି ମଜବୁତ୍ କରିବାକୁ ଚାହିଁବ ଟୁର୍ଣ୍ଣାମେଣ୍ଟର ଏହି ଫେବରାଇଟ୍ ଦଳ । ସେହିପରି ଦ୍ବିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ଖାତାରେ ସମାନ ଅଙ୍କ ଥିଲେ ମଧ୍ୟ ଦଳର ଗୋଲ ବ୍ୟବଧାନ ଅଷ୍ଟ୍ରେଲିଆଠୁ ଯଥେଷ୍ଟ କମ୍ ରହିଛି । ତେଣୁ ଅଷ୍ଟ୍ରେଲିଆର କ୍ୱାର୍ଟର ଟିକେଟ୍ ପକ୍କା ହୋଇସାରିଛି ।
ସେହିପରି ଆଜିର ଦ୍ବିତୀୟ ମ୍ୟାଚରେ ପୁଲ୍ ର ତୃତୀୟ ସ୍ଥାନରେ ଥିବା ଫ୍ରାନ୍ସକୁ ଭେଟିବ ଆର୍ଜେଣ୍ଟିନା । ଅପରାହ୍ନ 3ଟାରେ ଅନ୍ୟପଟେ ଆଜିର ଶେଷ ଲିଗ୍ ମ୍ୟାଚ ଖେଳି ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଶେଷ କରିବ ଦକ୍ଷିଣ ଆଫ୍ରିକା ।
ପୁଲ-ବି ମ୍ୟାଚ:
ପୁଲ-ବିରେ ଆଜି ମଧ୍ୟ ରହିଛି ଶେଷ ଲିଗ୍ ମ୍ୟାଚ । ମାତ୍ର ପୁଲ-ବି ଆଜି ଦେଖିବାକୁ ମିଳି ଡୁ-ଅର-ଡାଇ ଫାଇଟ୍ । କାରଣ ପୁଲ-ବିର ପଏଣ୍ଟ ଟେବୁଲ ରୋଚକ ମୋଡରେ ରହିଛି । କୌଣସି ଦଳର କ୍ୱାର୍ଟର ଟିକେଟ୍ କିମ୍ବା କ୍ରସ୍ ଓଭର ମ୍ୟାଚ ଖେଳିବା ଏବେ ଯାଏଁ ଚୁଡାନ୍ତ ହୋଇନାହିଁ ।ତେବେ ସମାନ ପଏଣ୍ଟ ସହ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ବେଲଜିୟମ୍ ଓ ଜର୍ମାନୀ ଦଳ ମଧ୍ୟରେ ଗୋଲ ବ୍ୟବାଧାନ ମାତ୍ର ଦୁଇ ରହିଛି । ତେଣୁ ଦୁଇ ଦଳ ନିଜ ନିଜ ମ୍ୟାଚରେ ଅଧିକରୁ ଅଧିକ ଗୋଲ୍ ହିଟ୍ କରିବାକୁ ଚେଷ୍ଟା କରିବେ । ସେହିପରି ତୃତୀୟ ସ୍ଥାନରେ ଥିବା କୋରିଆ ଓ ଚତୁର୍ଥ ସ୍ଥାନରେ ଥିବା ଜାପାନ୍ ଦଳ ମଧ୍ୟରେ ପଏଣ୍ଟ ବ୍ୟବଧାନ ଅଧିକ-କମ ଥିଲେ ବି ଗୋଲ୍ ବ୍ୟବଧାନ ସମାନ (-4) ରହିଛି । ତେଣୁ କ୍ରସ୍ ଓଭର ମ୍ୟାଚ ପାଇଁ ଦୁଇ ଦଳ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।
ପ୍ରଥମ ମ୍ୟାଚରେ ବେଲଜିୟମ ଜାପନକୁ ଭେଟିବ । ଆଜି ସଂଧ୍ୟା 5ଟାରେ ଏହି ମ୍ୟାଚ୍ ଖେଳାଯିବ । ତେଣୁ ଜାପନ ଦଳ ଏହି ମ୍ୟାଚକୁ ଜିତି ତୃତୀୟ ସ୍ଥାନ ଅଧିକାର କରିବା ଲକ୍ଷ୍ୟ ରଖିଥିବା ବେଳେ ବେଲଜିୟ ବିଜୟ ସହ ନିଜ ଗୋଲ ବ୍ୟବଧାନକୁ ବଢାଇବାକୁ ଚାହିବ ।
ସେହିପରି ଆଜିର ଶେଷ ଲିଗ୍ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ ଜର୍ମାନୀ । ସଂଧ୍ୟା 7ଟାରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚରେ ଉଭୟ ଦଳ ବିଜୟ ସହ ନିଜର ଗୋଲ ବ୍ୟବଧାନକୁ ବୃଦ୍ଧି କରିବାକୁ ଚାହିଁବେ ।












Click it and Unblock the Notifications