ହକି ବିଶ୍ବକପ, କ୍ରସ୍ ଓଭର: ପେନାଲ୍ଟି ସୁଟ୍ଆଉଟରେ ମାଲେସିଆକୁ ମାତ୍ ଦେଇ କ୍ୱାର୍ଟରରେ ସ୍ପେନ୍
କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍ ମଧ୍ୟରେ ରବିବାର ହକି ବିଶ୍ବକପ୍ରେ କ୍ରସ୍ ଓଭର ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ ରୋମାଂଚକର ହୋଇଛି । ସୁଟ୍ଆଉଟରେ ଫଳାଫଳ ବାହାରିଛି।
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍ ମଧ୍ୟରେ ରବିବାର ହକି ବିଶ୍ବକପ୍ରେ କ୍ରସ୍ ଓଭର ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ ରୋମାଂଚକର ହୋଇଛି । ସୁଟ୍ଆଉଟରେ ଫଳାଫଳ ବାହାରିଛି । ସୁଟ୍ଆଉଟ୍ରେ ମାଲେସିଆକୁ ସ୍ପେନ୍ ପରାସ୍ତ କରିବା ସହ ପ୍ରଥମ ଟିମ୍ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି । ସ୍ପେନ୍ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ ।

ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ରେ ଶେଷ ହୋଇଥିଲା । ଫଳରେ ସୁଟ୍ଆଉଟ୍ ଖେଳା ଯାଇଥିଲା। କିନ୍ତୁ ପ୍ରଥମ ସୁଟ୍ଆଉଟ୍ ଉଭୟ ଦଳର ସ୍କୋର ୩-୩ ରହିଥିଲା । ଫଳରେ ଦ୍ବିତୀୟ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ସୁଟ୍ଆଉଟ୍ରେ ସ୍ପେନ୍ ମୋଟ ୪ଟି ଗୋଲ୍ ଦେଇଥିଲା ବେଳେ ମାଲେସିଆ ୩ଟି ଦେଇଥିଲା ।
ମାଲେସିଆ ଓ ସ୍ପେନ ମଧ୍ୟରେ ହୋଇଥିବା ମୁକାବିଲାର ପ୍ରଥମ ୨ଟି କ୍ବାର୍ଟରରେ ଉଭୟ ଦଳର ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଫଳ ସ୍ବରୂପ କୌଣସି ଟିମ୍ ଗୋଲ୍ ଦେଇପାରି ନଥିଲେ। କିନ୍ତୁ ତୃତୀୟ କ୍ବାର୍ଟର ବେଳକୁ ମାଲେସିଆ ଠାରୁ ଗୋଟିଏ ଗୋଲ୍ ପାଇବା ପରେ ସ୍ପେନ୍ ଲଗାତାର ଆକ୍ରମଣ କରିଥିଲା ।
କ୍ବାର୍ଟର ୩ ମ୍ୟାଚରେ ମାଲେସିଆ ପକ୍ଷରୁ ୩୪ ମିନିଟ୍ରେ ସାରି ଫୈଜଲ ଗୋଟିଏ ଗୋଲ ଦେଇଥିଲେ । ଜବାବରେ ସ୍ପେନ୍ ପକ୍ଷରୁ ୪୦ ଓ ୪୧ ମିନିଟରେ ମିରାଲେସ୍ ମାର୍କ ଓ ଗିସପର୍ଟ ଜାଭିୟର ଲଗାତାର ୨ଟି ଗୋଲ୍ ଦେଇ ମ୍ୟାଚ୍କୁ ୨-୧ରେ ଅଗ୍ରଣୀ କରାଇଥିଲେ ।
ସେହିପରି ମ୍ୟାଚର ୪ର୍ଥ କ୍ବାର୍ଟରେ ଉଭୟ ମାଲେସିଆ ଓ ସ୍ପେନ ଜୋରଦାର ଲଢ଼େଇ କରିଥିଲେ । ମାଲେସିଆ ୪୮ ମିନିଟରେ ଏକ ଗୋଲ୍ ଦେଇ ବିରୋଧୀ ଦଳର ସମକକ୍ଷ ହୋଇଥିଲା । ଏହି ସିଲଭରିଅସ ଶେଲୋ ଦେଇଥିଲେ ।












Click it and Unblock the Notifications