ହକି ବିଶ୍ୱକପ: ନେଦରଲ୍ୟାଣ୍ଡସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫାଇନାଲରେ ବେଲଜିୟମ
ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲରେ ବେଲଜିୟମ । ପେନାଲ୍ଟି ସୁଟ୍ଆଉଟ୍ ରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ।
ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପ 2023ର ଫାଇନାଲରେ ବେଲଜିୟମ । ପେନାଲ୍ଟି ସୁଟ୍ଆଉଟ୍ ରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ । ଆସନ୍ତା ରବିବାର (29 ତାରିଖ) କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀକୁ ଭେଟିବ ଡଚ୍ ଦଳ ।

ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ 2-2 ଗୋଲରେ ଶେଷ ହୋଇଥିଲା । ଫଳରେ ମ୍ୟାଚ ପେନାଲ୍ଟି ସୁଟ୍ଆଉଟକୁ ଯାଇଥିଲା । ଶେଷରେ ବେଲଜିୟମ୍ 3-2 ନେଦରଲାଣ୍ଡ୍ସକୁ ପରାସ୍ତ କରିଛି।
ତେବେ ଜାନୁଆରୀ 29 ତାରିଖ ଅପରାହ୍ଣ ସାଢ଼େ 4ଟାରେ ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଖେଳିବେ।
ଅନ୍ୟପଟେ ଆଜରି ସେମିଫାଇନାଲ ମ୍ୟାଚରେ ଶେଷ ମିନିଟରେ ଗୋଲ ହିଟ୍ କରି ଚଳିତ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ବନିଥିଲା ଜର୍ମାନୀ ଦଳ । ଏକଦା ମ୍ୟାଚର ତୃତୀୟ କ୍ୱାର୍ଟରରେ 2-0ରେ ଆଗୁଆ ଥିବା ବିଶ୍ୱ ମାନ୍ୟତାର ନମ୍ୱର ୱାନ ଟିମ୍ ଅଷ୍ଟ୍ରେଲିଆକୁ 4-3 ଗୋଲରେ ପରାସ୍ତ କରିଛି ଜର୍ମାନୀ ।












Click it and Unblock the Notifications