Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ବକପ: ନ୍ୟୁଜିଲାଣ୍ଡକୁ ହରାଇ ଦ୍ବିତୀୟ ସେମି ଫାଇନାଲିଷ୍ଟ ବନିଲା ବେଲଜିୟମ

କଳିଙ୍ଗ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।

ଭୁବନେଶ୍ବର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ଦ୍ବିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।

Hockey World Cup

ଆଜି ମ୍ୟାଚରେ ଅଣ୍ଡରଡଗ୍ ନଜର ଆସୁଥିଲା ନ୍ୟୁଜିଲାଣ୍ଡ । ମ୍ୟାଚର ପ୍ରଥମ ୧୦ମିନିଟରେ ହିଁ ଗୋଲ ସ୍କୋର କରିଥିଲା ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ । ଟମ୍‌ ବୋନ୍‌ ଦଳ ପାଇଁ ଏହି ପ୍ରଥମ ଗୋଲ୍‌ ଦେଇଥିଲେ । ସେହିପରି ଦ୍ବିତୀୟ କ୍ବାର୍ଟରରେ ଫ୍ଲୋରେଣ୍ଟ ଭାନ୍‌ ଉବେଲ୍‌ ୧୫ ମିନିଟ୍‌ରେ ଅନ୍ୟ ଏକ ଗୋଲ୍‌ ଦେଇ ଦଳକୁ ୨-୦ ଗୋଲରେ ଅଗୁଆ କରିଥିଲେ। ୩ୟ ଓ ୪ର୍ଥ କ୍ବାର୍ଟରରେ ଉଭୟ ଟିମ୍‌ ଭଲ ମୁହାଁମୁହିଁ ହୋଇଥିଲେ ମଧ୍ୟ ଗୋଲ ଶୂନ୍ୟ ରହିଥିଲା । ଶେଷରେ ୨-୦ ଗୋଲରେ ବାଜିମାତ୍ କଲା ବେଲଜିୟମ ।

ତେବେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚ୍‌ ଖେଳିବ । ଆସନ୍ତାକାଲି (ଜାନୁଆରି ୨୫) ନେଦରଲ୍ୟାଣ୍ଡ୍‌ସ ଓ ଦକ୍ଷିଣ କୋରିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ର୍ଥ କ୍ବାର୍ଟର ଫାଇନାଲର ବିଜୟୀ ଦଳକୁ ଭେଟିବ ବେଲଜିୟମ।

ସୂଚନାଥାଉ କି, ଏହା ପୂର୍ବରୁ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ପେନକୁ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଖେଳା ଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି । ଆସନ୍ତାକାଲି (ଜାନୁଆରି ୨୫) ଅପରାହ୍‌ଣ ସାଢ଼େ ୪ଟାରେ ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା ୩ୟ କ୍ବାର୍ଟର ଫାଇନାଲର ବିଜେତା ଟିମ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+