Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ସ୍ପେନକୁ ମାତ୍ ଦେଇ ସେମି ଟିକେଟ କାଟିଲା ଅଷ୍ଟ୍ରେଲିଆ

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ପେନକୁ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ ।

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ପେନକୁ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଖେଳା ଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି ।

Hockey World Cup

ମ୍ୟାଚ୍ ଆରମ୍ଭରୁ ଓ ଶେଷ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ କ୍ବାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ । ଦ୍ବିତୀୟ କ୍ବାର୍ଟରରେ ସ୍ପେନ୍ ଲଗାତାର ୨ଟି ଗୋଲ୍ ଦେଇ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିଥିଲା ଏବଂ ୨-୦ଗୋଲରେ ଆଗୁଆ ରହିଥିଲା। ଜାଭିୟର ଗିସ୍ପର୍ଟ ଓ ମାର୍କ ରିକାସେନ୍ସ ୧୯ ଓ ୨୩ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ ।

ଏହାର ଜବାବରେ କଙ୍ଗାରୁ ଦଳ ପକ୍ଷରୁ ୨୯ ମିନିଟରେ ଫ୍ଲାଇନ୍ ଓଗିଲଭି ଗୋଲ୍ ଦେଇଥିଲେ । ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ଟି ଗୋଲ୍ (୩୧, ୩୨ ଓ ୩୬ ମିନିଟ୍‌) ଦେଇଥିଲା । ମାତ୍ର ସ୍ପେନ୍ ଗୋଟିଏ ଗୋଲ୍ ଦେଇ ପାରିଥିଲା । ଅଷ୍ଟ୍ରେଲିଆ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୪-୩ ଗୋଲରେ ଅଗ୍ରଣୀ ରହିଥିଲା । ଯାହାକି ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଜାରି ରଖିବାରେ ସମ୍ଭବ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ୪-୩ରେ ବିଜୟୀ ହୋଇଥିଲା ।

ଆସନ୍ତାକାଲି (ଜାନୁଆରି ୨୫) ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲର ବିଜେତା ଟିମ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+