For Quick Alerts
Turn On Notification  
For Daily Alerts
Oneindia App Download

ହକି ବିଶ୍ୱକପ: ସ୍ପେନକୁ ମାତ୍ ଦେଇ ସେମି ଟିକେଟ କାଟିଲା ଅଷ୍ଟ୍ରେଲିଆ

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ପେନକୁ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ ।

|

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ପେନକୁ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଖେଳା ଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି ।

Hockey World Cup

ମ୍ୟାଚ୍ ଆରମ୍ଭରୁ ଓ ଶେଷ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ କ୍ବାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ । ଦ୍ବିତୀୟ କ୍ବାର୍ଟରରେ ସ୍ପେନ୍ ଲଗାତାର ୨ଟି ଗୋଲ୍ ଦେଇ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିଥିଲା ଏବଂ ୨-୦ଗୋଲରେ ଆଗୁଆ ରହିଥିଲା। ଜାଭିୟର ଗିସ୍ପର୍ଟ ଓ ମାର୍କ ରିକାସେନ୍ସ ୧୯ ଓ ୨୩ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ ।

ଏହାର ଜବାବରେ କଙ୍ଗାରୁ ଦଳ ପକ୍ଷରୁ ୨୯ ମିନିଟରେ ଫ୍ଲାଇନ୍ ଓଗିଲଭି ଗୋଲ୍ ଦେଇଥିଲେ । ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ଟି ଗୋଲ୍ (୩୧, ୩୨ ଓ ୩୬ ମିନିଟ୍‌) ଦେଇଥିଲା । ମାତ୍ର ସ୍ପେନ୍ ଗୋଟିଏ ଗୋଲ୍ ଦେଇ ପାରିଥିଲା । ଅଷ୍ଟ୍ରେଲିଆ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୪-୩ ଗୋଲରେ ଅଗ୍ରଣୀ ରହିଥିଲା । ଯାହାକି ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଜାରି ରଖିବାରେ ସମ୍ଭବ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ୪-୩ରେ ବିଜୟୀ ହୋଇଥିଲା ।

ଆସନ୍ତାକାଲି (ଜାନୁଆରି ୨୫) ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲର ବିଜେତା ଟିମ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hockey World Cup: Australia beat Spain Entered in Semi-finals
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X