ହକି ବିଶ୍ୱକପ: ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମ୍ୟାଚ୍ ୩-୩ ରେ ଡ୍ର'
ଚଳିତ ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଆର୍ଜେଣ୍ଟିନା ବିପକ୍ଷରେ ଆଜି ଦିନର ଶେଷ ମ୍ୟାଚରେ ଶେଷ 2 ମିନିଟରେ ଗୋଲ ଦେଇ ମ୍ୟାଚକୁ 3-3 ରେ ଡ୍ର କଲା ଟୁର୍ଣ୍ଣାମେଣ୍ଟ ଫେରାଇଟ୍ ଅଷ୍ଟ୍ରେଲିଆ ।
ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଆର୍ଜେଣ୍ଟିନା ବିପକ୍ଷରେ ଆଜି ଦିନର ଶେଷ ମ୍ୟାଚରେ ଶେଷ 2 ମିନିଟରେ ଗୋଲ ଦେଇ ମ୍ୟାଚକୁ 3-3 ରେ ଡ୍ର କଲା ଟୁର୍ଣ୍ଣାମେଣ୍ଟ ଫେରାଇଟ୍ ଅଷ୍ଟ୍ରେଲିଆ । ମ୍ୟାଚ ଡ୍ର ରହିବାରୁ ପଏଣ୍ଟ ଭାଗ କରିଛନ୍ତି ଦୁଇ ଦଳ । ତେବେ ଦୁଇ ଦଳର ପଏଣ୍ଟ ସଂଖ୍ୟା ସମାନ ଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନ ଦୃଷ୍ଟିରୁ ଅଷ୍ଟ୍ରେଲିଆ ଗ୍ରୁପ 'ଏ'ରେ ଶୀର୍ଷରେ ରହିଛି ।

ମ୍ୟାଚର 9ମ ମିନିଟରେ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଜେରେମି ହେୱାର୍ଡଙ୍କ ଗୋଲରେ ଅଷ୍ଟ୍ରେଲିଆ ଖାତା ଖୋଲିଥିଲା । କିନ୍ତୁ ଟୋମାସ୍ ଡୋମେନଙ୍କ ଦ୍ୱାରା ରୂପାନ୍ତରିତ ଏକ PC ମାଧ୍ୟମରେ ଆର୍ଜେଣ୍ଟିନା 18 ମିନିଟରେ ଗୋଲ ବରାବର କରିଥିଲା । ତେବେ ଦ୍ୱିତୀୟ କ୍ୱାର୍ଟରର ଶେଷ ମୁହୂର୍ତ୍ତରେ ଅଷ୍ଟ୍ରେଲିଆ 29 ତମ ମିନିଟରେ ଡାନିଏଲ ବିଲଙ୍କ ଫିଲ୍ଡ ଗୋଲ ଦେଇ ଆଗକୁ ଯାଇଥିଲା। ତେବେ ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଲ ବ୍ୟବଧାନକୁ ବରାବାର କରି ଶେଷ କ୍ୱାର୍ଟରରେ ଏକ ତୀବ୍ର ଯୁଦ୍ଧର ଆହ୍ୱାନ ଦେଲା । ହେଲେ ଶେଷରେ ମ୍ୟାଚର 58 ତମ ମିନିଟରେ ବ୍ଳେକ ଗୋଭର୍ସଙ୍କ ଗୋଲ ଯୋଗୁଁ ଅଷ୍ଟ୍ରେଲିଆ ମ୍ୟାଚ ଡ୍ର ରଖି ପରାଜୟରୁ ବର୍ତ୍ତି ପାରିଥିଲା ।
ଚତୁର୍ଥ ଦିନର ଆକ୍ସନ
ଚଳିତ ଏଫ୍ଆଇଏଚ୍ ହକି ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିଲା ଚାରୋଟି ମ୍ୟାଚ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଆଜିର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି । ସେହିପରି ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୦ରେ ଗୋଲରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି ୬ ଅଙ୍କ ସହ ପୁଲ-'ସି'ର ଶୀର୍ଷରେ ବସିଲା ନେଦରଲାଣ୍ଡସ୍ । ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ପୁଲ୍-ଏର ଫ୍ରାନ୍ସ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା 3ୟ ମ୍ୟାଚ ଥିଲା ଏକ କର ବା ମର ମ୍ୟାଚ୍ । ଏହି ମ୍ୟାଚରେ ୨-୧ ଗୋଲରେ ବିଜୟ ଲାଭ କରିଥିଲା ଫ୍ରାନ୍ସ ।












Click it and Unblock the Notifications