ହକି ବିଶ୍ୱକପ ଆନ୍ଥେମ ‘ଫିର ଗୁଞ୍ଜ ଉଠେ ଶଙ୍ଖନାଦ’, ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ପ୍ରେମ ଆନନ୍ଦ
ଓଡ଼ିଶାର ଅଗ୍ରଣୀ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଆସନ୍ତା ମାସରେ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଆନ୍ଥେମ ପାଇଁ ସଂଗୀତ ରଚନା କରିବାର ଗୌରବ ଅର୍ଜନ କରିଛନ୍ତି ।
ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଆସନ୍ତା ମାସରେ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଆନ୍ଥେମ ପାଇଁ ସଂଗୀତ ରଚନା କରିବାର ଗୌରବ ଅର୍ଜନ କରିଛନ୍ତି ।

ଆଜି ମୁମ୍ବାଇରେ ଏହାର ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, 'ଫିର ଗୁଞ୍ଜ ଉଠେ ଶଙ୍ଖନାଦ'। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ଗୀତ । ବଲିଉଡର ସମୀର ଏହି ଗୀତ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ବଲିଉଡ଼ର ନାଁକରା କଣ୍ଠଶୀଳ୍ପୀ ସୁଖବିନ୍ଦର ସିଂ। ଜାନୁଆରୀ 11 ରେ ଏହି ସଂଗୀତ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହେବ ।
ଏହି ସଂଗୀତ ରଚନା ପାଇଁ ମୋତେ ଏହି ବଡ଼ ସୁଯୋଗ ଦେଇଥିବାରୁ ମୁଁ ହକି ଇଣ୍ଡିଆ ପାଖରେ କୃତଜ୍ଞ। ମୁଁ ବହୁତ ଆଶାବାଦୀ ଯେ ଏହାକୁ ସମସ୍ତେ ଭଲ ପାଇବେ ଏବଂ ଆମ ଦେଶର ପ୍ରତି କୋଣରେ ହକିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବେ ବୋଲି ପ୍ରେମ ଆନନ୍ଦ କହିଛନ୍ତି ।












Click it and Unblock the Notifications