ସର୍ବବୃହତ ହକି ଷ୍ଟାଡିୟମରେ ଆୟୋଜନ ହେବ ବିଶ୍ବକପ ହକି 2023
ପୁଣିଥରେ ଓଡିଶା ଆସୁଛି ବିଶ୍ୱକପ ହକି 2023 । ଆଉ ଯାହାକୁ ଦେଶର ସର୍ବବୃତ ହକି ଷ୍ଟାଡିୟମ, ବିର୍ଷା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜନ କରିବ ଓଡିଶା । ଆଜି ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବର: ବିଶ୍ୱ ସ୍ତରରେ ପୁଣି ଗୌରବାନିତ ହେବ ଓଡିଶା । ବିଶ୍ୱ ଦେଖିବା ଓଡିଶାର କ୍ରୀଡା ପ୍ରେମ । ପୁଣିଥରେ ଓଡିଶା ଆସୁଛି ବିଶ୍ୱକପ ହକି 2023 । ଆଉ ଯାହାକୁ ଦେଶର ସର୍ବବୃତ ହକି ଷ୍ଟାଡିୟମ, ବିର୍ଷା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜନ କରିବ ଓଡିଶା । ଆଜି ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଉରକେଲା ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ଦେଶର ସର୍ବବୃତ ହକି ଷ୍ଟଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୫ ଏକର ପରିମିତ ସ୍ଥାନରେ ଠିଆ ହେବାକୁ ଯାଉଥିବା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଯେଉଁଥିପାଇଁ ରାଜ୍ୟ ସରକାର ସୁନ୍ଦରଗଡ଼ର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଥିବାବେଳେ କ୍ରୀଡ଼ା ପାଇଁ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ । ଦେଶ ପାଇଁ ସେମାନେ ସୁନାମ ଆଣିଛନ୍ତି । ସୁନ୍ଦରଗଡ଼ର ମାଟି, ପାଣି ପବନ ସବୁଥିରେ ଅଛି ହକିର ପ୍ରାଣ । ଆଜି ସୁନ୍ଦରଗଡ଼ ହକି ପାଇଁ ବିଶ୍ବସ୍ତରରେ ସ୍ଥାନ ପାଇଛି ଓଡିଶା । ବେଲଜିୟମ, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଦେଶଙ୍କୁ ପଛରେ ପକାଇ ଆମ ଦେଶ ୨୦୨୩ ପୁରୁଷ ବିଶ୍ୱକପ୍ ହକି ଆୟୋଜ ହେବାର ପୁଣିଥରେ ସୌଭାଗ୍ୟ ହାସଲ କରିଛି ।

ଉଲ୍ଲେଖଥାଉ କି, ୨୦୧୮ର ହକି ବିଶ୍ବକପ୍ ସଫଳ ଆୟୋଜନ କରିଥିଲେ ରାଜ୍ୟ ସରକାର । ଯାହାର ସମସ୍ତ ମ୍ୟାଚ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା । ତେବେ ଆଗାମୀ 2023ରେ ହେବାକୁ ଥିବା ପୁରୁଷ ବିଶ୍ୱକପ ହକିର ପୁଣିଥରେ ଆୟୋଜକ ବନିଛି ଓଡିଶା ।

ବିଶ୍ବ ହକି ଫେଡେରେସନ ଓଡିଶାରେ ପୁଣି ହକି ବିଶ୍ବକପ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି । ତେଣୁ ଏଥର ବିଶ୍ୱକପକୁ ସଫଳ ଆୟୋଜନ କରିବା ପାଇଁ ରାଜ୍ୟରେ ନିର୍ମାଣ ହେଉଛି ଦେଶ ସର୍ବବୃହତ ହକି ଷ୍ଟାଡିୟମ । ୨୦୨୩ରେ ହେବାକୁ ଯାଉଥିବା ବିଶ୍ୱକପ ହକିର ମ୍ୟାଚ ଗୁଡିକ ଭୁବନେଶ୍ୱର ସମେତ ରାଉରକେଲାରେ ଆୟୋଜନ ହେବାକୁ ଯାଉଛି ।












Click it and Unblock the Notifications