For Quick Alerts
Turn On Notification  
For Daily Alerts
Oneindia App Download

ହକି ବିଶ୍ୱକପ: ଆଜି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ

ଚଳିତ FIH ପୁରୁଷ ହକି ବିଶ୍ବକପରେ ଆଜି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ । ଏହି ମ୍ୟାଚ୍‌ ଅପରାହ୍ନ ୭ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ।

|

ରାଉରକେଲା: ଚଳିତ FIH ପୁରୁଷ ହକି ବିଶ୍ବକପରେ ଆଜି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ । ଏହି ମ୍ୟାଚ୍‌ ଅପରାହ୍ନ ୭ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଜିତିଲେ ଭାରତୀୟ ଦଳ ନବମ ସ୍ଥାନରେ ରହିବ। ଯଦି ଭାରତ ପରାସ୍ତ ହୁଏ, ତେବେ ଆସନ୍ତା ୨୮ ତାରିଖରେ ପୁଣି ପୋଜିସନ ମ୍ୟାଚ୍‌ ଖେଳିବ ।

ସେମିଫାଇନାଲ ଲାଇନ୍ ଅପ୍

ତେବେ ଅପେକ୍ଷାକୃତ ଦୁର୍ବଳ ତଥା ବିଶ୍ବ ତାଲିକାର ୧୬ତମ ସ୍ଥାନରେ ଥିବା ଜାପାନ ବିପକ୍ଷ ଏହି ମ୍ୟାଚ୍‌ ଭାରତ ସପକ୍ଷରେ ଯିବାର ସମ୍ଭାବନା ରହିଛି । ଏହି ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଭାରତୀୟ ଖେଲାଳି ପ୍ରଚେଷ୍ଟା କରିବେ ।

ଉଲ୍ଲେଖଥାଉ କି, ହକି ବିଶ୍ବକପରେ ଟାଇଟେଲ ଦୌଡରୁ ବାଦ୍ ପଡିସାରିଛି ଆୟୋଜକ ଦଳ । କ୍ରସ୍ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା ଭାରତ । ଫଳରେ ସେମିଫାନାଲରୁ ବାଦ୍ ପଡିଥିଲା ଘରୋଇ ଦଳ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍‌ଓଭର ମ୍ୟାଚ୍‌ରେ ମଧ୍ୟ ଭାରତର ନିମ୍ନମାନ ପ୍ରଦର୍ଶନ ଜାରି ରହିଥିଲା। ଏକଦା ଭାରତ ୩-୧ ଗୋଲ୍‌ରେ ଆଗୁଆ ରହି କ୍ବାର୍ଟରଫାଇନାଲ ଖେଳିବା ଦ୍ବାରରେ ଥିଲା। ହେଲେ ୬ ମିନିଟରେ ୨ଟି ଗୋଲ୍‌ଦେଇ ନ୍ୟୁଜିଲାଣ୍ଡ ସ୍କୋର୍‌କୁ ୩-୩ କରି ପାରିଥିଲା । ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ପରାସ୍ତ ହୋଇ ଟ୍ରଫି ଦୌଡ଼ରୁ ବାଦ୍‌ ପଡ଼ିଥିଲା ।

ସୂଚନାଥାଉ କି, ଆସନ୍ତାକାଲି ହକି ବିଶ୍ୱକପର ସେମିଫାଇନାଲ ଖେଳାଯିବ । ଭୁବନେଶ୍ଵରରେ ପ୍ରଥମ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଦ୍ଵିତୀୟ ସେମିଫାଇନାଲ ନେଦରଲ୍ୟାଣ୍ଡସ ଓ ବେଲଜିୟମ ମଧ୍ୟରେ ଖେଳାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hockey World Cup 2023: Today India to Face Japan in Classification Match
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X