Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ଆଜି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ

ଚଳିତ FIH ପୁରୁଷ ହକି ବିଶ୍ବକପରେ ଆଜି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ । ଏହି ମ୍ୟାଚ୍‌ ଅପରାହ୍ନ ୭ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ।

ରାଉରକେଲା: ଚଳିତ FIH ପୁରୁଷ ହକି ବିଶ୍ବକପରେ ଆଜି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ । ଏହି ମ୍ୟାଚ୍‌ ଅପରାହ୍ନ ୭ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଜିତିଲେ ଭାରତୀୟ ଦଳ ନବମ ସ୍ଥାନରେ ରହିବ। ଯଦି ଭାରତ ପରାସ୍ତ ହୁଏ, ତେବେ ଆସନ୍ତା ୨୮ ତାରିଖରେ ପୁଣି ପୋଜିସନ ମ୍ୟାଚ୍‌ ଖେଳିବ ।

ସେମିଫାଇନାଲ ଲାଇନ୍ ଅପ୍

ତେବେ ଅପେକ୍ଷାକୃତ ଦୁର୍ବଳ ତଥା ବିଶ୍ବ ତାଲିକାର ୧୬ତମ ସ୍ଥାନରେ ଥିବା ଜାପାନ ବିପକ୍ଷ ଏହି ମ୍ୟାଚ୍‌ ଭାରତ ସପକ୍ଷରେ ଯିବାର ସମ୍ଭାବନା ରହିଛି । ଏହି ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଭାରତୀୟ ଖେଲାଳି ପ୍ରଚେଷ୍ଟା କରିବେ ।

ଉଲ୍ଲେଖଥାଉ କି, ହକି ବିଶ୍ବକପରେ ଟାଇଟେଲ ଦୌଡରୁ ବାଦ୍ ପଡିସାରିଛି ଆୟୋଜକ ଦଳ । କ୍ରସ୍ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା ଭାରତ । ଫଳରେ ସେମିଫାନାଲରୁ ବାଦ୍ ପଡିଥିଲା ଘରୋଇ ଦଳ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍‌ଓଭର ମ୍ୟାଚ୍‌ରେ ମଧ୍ୟ ଭାରତର ନିମ୍ନମାନ ପ୍ରଦର୍ଶନ ଜାରି ରହିଥିଲା। ଏକଦା ଭାରତ ୩-୧ ଗୋଲ୍‌ରେ ଆଗୁଆ ରହି କ୍ବାର୍ଟରଫାଇନାଲ ଖେଳିବା ଦ୍ବାରରେ ଥିଲା। ହେଲେ ୬ ମିନିଟରେ ୨ଟି ଗୋଲ୍‌ଦେଇ ନ୍ୟୁଜିଲାଣ୍ଡ ସ୍କୋର୍‌କୁ ୩-୩ କରି ପାରିଥିଲା । ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ପରାସ୍ତ ହୋଇ ଟ୍ରଫି ଦୌଡ଼ରୁ ବାଦ୍‌ ପଡ଼ିଥିଲା ।

ସୂଚନାଥାଉ କି, ଆସନ୍ତାକାଲି ହକି ବିଶ୍ୱକପର ସେମିଫାଇନାଲ ଖେଳାଯିବ । ଭୁବନେଶ୍ଵରରେ ପ୍ରଥମ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଦ୍ଵିତୀୟ ସେମିଫାଇନାଲ ନେଦରଲ୍ୟାଣ୍ଡସ ଓ ବେଲଜିୟମ ମଧ୍ୟରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+