ହକି ବିଶ୍ୱକପ 2023: ଆଜି ଭାରତ-ନ୍ୟୁଜିଲାଣ୍ତ କ୍ରସ ଓଭର ମ୍ୟାଚ୍

ଆଜି ଭାରତ-ନ୍ୟୁଜିଲାଣ୍ତ କ୍ରସ ଓଭର ମ୍ୟାଚ୍ । ପ୍ରଥମେ ଅପରାହ୍ଣ ୪ଟାରେ ମାଲେସିଆ-ସ୍ପେନ୍ ମଧ୍ୟରେ ହେବ କ୍ରସ୍ ଓଭର୍ ମ୍ୟାଚ୍ । ଏହା ପରେ ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ତ ।

ହକି ବିଶ୍ୱକପ 2023: ଆଜିଠୁ ଆରମ୍ଭ ହେବା ପାଇଁ ଯାଉଛି କ୍ରସ୍ ଓଭର ମ୍ୟାଚ୍ । ଆଜି ଦୁଇଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ପ୍ରଥମେ ଅପରାହ୍ଣ ୪ଟାରେ ମାଲେସିଆ-ସ୍ପେନ୍ ମଧ୍ୟରେ ହେବ କ୍ରସ୍ ଓଭର୍ ମ୍ୟାଚ୍ । ଏହା ପରେ ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ତ । ଆଜି ଯେଉଁ ଦଳ ବିଜୟୀ ହେବ ସେହି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ ।

hockey world cup

ପୁଲ୍-ଡିରେ ଦ୍ୱିତୀୟ ସ୍ଥାନରେ ରହି କ୍ରସ୍ ଓଭର ମ୍ୟାଚ୍ ଖେଳିବା ପାଇଁ ଯାଉଛି ଭାରତ । ଆଜି ପୁଲ-ସିର ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ତକୁ ଭେଟିବ ଭାରତ । ତେବେ ରେକର୍ଡ ଅନୁସାରେ ୨୦୧୩ ପରଠାରୁ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଭାରତ ୨୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ତ ୧୫ଟି ମ୍ୟାଚ୍ ଜିତିଛି ଏବଂ ୫ଟି ମ୍ୟାଚ୍ ଡ୍ର ହୋଇଛି ।

ଆସନ୍ତା କାଲି ଜର୍ମାନୀ-ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ ହେବ କ୍ରସ୍ ମ୍ୟାଚ୍ । ସେହିପରି ଆଜି ଯଦି ଭାରତ ଏହି ମ୍ୟାଚରେ ବିଜାୟୀ ହେଉଛି ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ଏସ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ।

କ୍ରସ୍‌ ଓଭର ମ୍ୟାଚ କ'ଣ ?

ନିୟମ ଅନୁସାରେ ୪ଟି ଯାକ ପୁଲର ଶ୍ରେଷ୍ଠ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । ଅବଶିଷ୍ଟ ୪ଟି କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ କ୍ରସ୍‌ ଓଭର ମ୍ୟାଚ ଖେଳାଯିବ। ଅର୍ଥାତ୍‌ ୪ ପୁଲର ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ୮ ଦଳ ମଧ୍ୟରେ କ୍ରସ୍‌ ଓଭର ଅନୁଷ୍ଠିତ ହେବ। ତେବେ ପୁଲ-ଡି ର ଦ୍ୱିତୀୟ ସ୍ଥାନରେ ଥିବା ଦଳ ପୁଲ-ସି ର ତୃତୀୟ ସ୍ଥାନରେ ଥିବା ଦଳ ସହ ଫାଇଟ୍ କରି କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଯାହାକୁ କ୍ରସ୍‌ ଓଭର କୁହାଯିବ। ଏହି ମ୍ୟାଚର ବିଜେତା କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+