ହକି ବିଶ୍ୱକପ ପାଇଁ ବାଜିଲା ବିଗୁଲ, ପୁଲ୍-ଡି ରେ ଟିମ ଇଣ୍ଡିଆ

୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବାଜିଲା ବିଗୁଲ୍। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ଡ୍ର ସେରିମନି ଶେଷ ହୋଇଛି ।

ଭୁବନେଶ୍ୱର: ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବାଜିଲା ବିଗୁଲ୍। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ଡ୍ର ସେରିମନି ଶେଷ ହୋଇଛି । ବିଶ୍ଵକପରେ ଭାଗ ନେବାକୁ ଥିବା ୧୬ଟି ଦଳ ମଧ୍ୟରୁ କେଉଁ ଦଳ କେଉଁ ପୁଲରେ ରହିବ, ସେନେଇ ଆଜି ପଡିଥିଲା ଧର୍ମଗୁଳା। ୧୬ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଆଉ ଭାରତ ପୁଲ-ଡିରେ ସ୍ଥାନ ପାଇଛି ।

hockey world cup 2023

ତେବେ ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି । ସେହିଭଳି ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି । ପୁଲ୍-ସିରେ ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, FIH କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, କି ଇଣ୍ଡିଆ ସଦସ୍ୟ ଜାଫର ଇକବାଲ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଭୃତି ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ଵକପ ହକି। ୨୦୧୮ ବିଶ୍ଵକପ ହକିକୁ ସଫଳତାର ସହ ଆୟୋଜନ କରିବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲଗାତାର ଦ୍ୱିତୀୟ ବିଶ୍ଵକପ ଆୟୋଜନ ପାଇଁ ସୁଯୋଗ ପାଇଛି । ଆଉ ଏହି ହକି ବିଶ୍ୱକପକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ ସୁନ୍ଦରଗଡର ନବନିର୍ମିତ ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ୱକପ । ଆଉ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+