ହକି ବିଶ୍ବକପ ୨୦୨୩: ମାଲେସିଆକୁ ମାତ୍ ଦେଲା ନେଦରଲ୍ୟାଣ୍ଡସ
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚରେ ମାଲେସିଆକୁ ୪-୦ ଗୋଲରେ ମାତ୍ ଦେଇଛି ନେଦରଲ୍ୟାଣ୍ଡସ । ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖ
ରାଉରକେଲା: ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚରେ ମାଲେସିଆକୁ ୪-୦ ଗୋଲରେ ମାତ୍ ଦେଇଛି ନେଦରଲ୍ୟାଣ୍ଡସ । ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା। ଯେଉଁମ୍ୟାଚରେ ଦମଦାର ପଦର୍ଶନ କରି ନେଦରଲ୍ୟାଣ୍ଡସ ମାଲେସିଆକୁ ୪-୦ ଗୋଲ୍ରେ ପରାସ୍ତ କରିଛି ।

ମ୍ୟାଚର ପ୍ରଥମ କ୍ବାର୍ଟରରେ କଡ଼ାମୁକାବିଲା ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍ସ ୨ଟି ଗୋଲ ଦେଇଥିଲା। ୧୯ ମିନିଟରେ ଭାନ ଦାମ୍ ଥିଜ୍ସ ଫିଲ୍ଡ ଗୋଲ ଦେଇଥିଲେ। ଜନସିନ ଜିପ୍ ୨୩ ମିନିଟରେ ପେନାଲ୍ଟି ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ।
ତୃତୀୟ କ୍ୱାର୍ଟରରେ ମାଲେସିଆ ଗୋଲ୍ କରିବା ପାଇଁ ଏକାଧିକ ବଢ଼ିଆ ସୁଯୋଗ ପାଇଥିଲା। କିନ୍ତୁ ଦଳ ଏହାର ଫାଇଦା ଉଠାଇ ପାରିଲା ନାହିଁ। ନେଦରଲ୍ୟାଣ୍ଡସ ପକ୍ଷରୁ ବି ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଚତୁର୍ଥ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଆଉ ଦୁଇଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଆଉ ଶେଷରେ ୪-୦ରେ ପରାସ୍ତ ହୋଇଥିଲା ମାଲେସିଆ ।
କହିରଖୁ କି, ହକି ବିଶ୍ୱକପ 2023 ର ଦ୍ୱିତୀୟ ଦିନର ଆକ୍କନରେ ଚାରିଟି ଦଳ ମଧ୍ୟରୁ ତିନିଟି ଦଳ ମ୍ୟାଚକୁ ଏକରଫା ଭାବେ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବନାମ ଚିଲି ମଧ୍ୟରେ ଦିନର ପ୍ରଥମ ମ୍ୟାଚ 3-1 ମାର୍ଜିନରେ ଶେଷ ହୋଇଥିଲା ।
ଆଜି ଦ୍ୱିତୀୟ ଦିନରେ ଥିଲା 4ଟି ମ୍ୟାଚ୍ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବାନାମ ଚିଲି ପ୍ରଥମ ମ୍ୟାଚରେ ୱିକି ଦଳ 3-1 ମାର୍ଜିନରେ ବିଜୟ ହାସଲ କରିଥିଲା । ସେହିପରି ଦିନ 3ଟାରେ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଏକତରଫା ଭାବେ 4-0 ଗୋଲରେ ମାତ୍ ଦେଇଥିଲା ନେଦରଲ୍ୟାଣ୍ଡସ୍ ।
ଅନ୍ୟପଟେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା 5ଟାରେ ତୃତୀୟ ମ୍ୟାଚ କୋରିଆ ଉପରେ 5ଟି ବିଶାଳ ଗୋଲ ବର୍ଷାକରି ଏକତରଫା ଭାବେ 5-0ରେ ମ୍ୟାଚ ଜିତିଥିଲା ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ । ପରେ ସଂଧ୍ୟା 7ଟାରେ ଦ୍ବିତୀୟ ଦିନର ଶେଷ ମ୍ୟାଚରେ ଜର୍ମାନୀ ଆକ୍ରମଣାତ୍ମକ ଦ୍ବାରା 3 ଗୋଲ୍ ସ୍କୋର କରି ଜାପାନକୁ ପରାସ୍ତ କରିଥିଲା ।












Click it and Unblock the Notifications