ହକି ବିଶ୍ୱକପ: କୋରିଆକୁ ହରାଇ ଶେଷ ସେମିଫାଇନାଲିଷ୍ଟ ବନିଲା ନେଦରଲାଣ୍ଡସ୍
ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛି ନେଦରଲାଣ୍ଡସ୍ ।
ଭୁବନେଶ୍ବର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛି ନେଦରଲାଣ୍ଡସ୍ । ଏଥି ସହିତ ଚଳିତ ହକି ବିଶ୍ୱକର ଶେଷ ସେମିଫାଇନାଲିଷ୍ଟ ନେଦରଲାଣ୍ଡସ୍ ଆସନ୍ତା ୨୭ ତାରିଖ ରାତି ୭ଟା ଆଗାମୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମକୁ ଭେଟିବ ।

ବିଶ୍ବକପରେ ୩ ଥର ଚାମ୍ପିଅନ୍ (୧୯୭୩, ୧୯୯୦ ଓ ୧୯୯୮) ନେଦରଲାଣ୍ଡ୍ସ ଆଜି ଆରମ୍ଭରୁ କୋରିଆ ଉପରେ ଚାପ ପକାଇଥିଲା । ପ୍ରଥମ କ୍ବାର୍ଟରରେ ଗୋଲ ଦେଇ ନ ଥିଲେ ବି ବିପକ୍ଷ ଟିମକୁ ନିୟନ୍ତ୍ରଣ କରିପାରୁଥିଲା । ଦ୍ବିତୀୟ କ୍ବାର୍ଟରରେ ଗୋଟିଏ, ତୃତୀୟ ଓ ୪ର୍ଥ କ୍ବାର୍ଟରରେ ୨ଟି ଲେଖାଏଁ ଗୋଲ୍ ଦେଇଥିଲା ।
ନେଦରଲାଣ୍ଡ୍ସ ପକ୍ଷରୁ କୋଏନ୍ ବିଜେନ୍ ସର୍ବାଧିକ ୨ଟି ଗୋଲ୍ ଦେଇଥିଲେ । ସେ ଫିଲ୍ଡ ଓ ପେନାଲ୍ଟି ଗୋଲ୍ ଯଥାକ୍ରମେ ୨୬ ଏବଂ ୩୦ ମିନିଟରେ ଦେଇଥିଲେ । ଜଷ୍ଟିନ୍ ବ୍ଲକ ଓ ଷ୍ଟେଜିନ୍ ଭାନ୍ ହେଜ୍ନିଜେନ୍ ଯଥାକ୍ରମେ ୩୫ ଓ ୪୯ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ । ନେଦରଲାଣ୍ସ ପାଇଁ ୫୭ ମିନିଟରେ ଟିଉନ୍ ବେଇନ୍ ଆଉ ଏକ ଗୋଲ୍ ଦେଇ ଦଳକୁ ୫-୧ରେ ଆଗୁଆ କରିଥିଲେ । ଜବାବରେ କୋରିଆ ପକ୍ଷରୁ ଇନ୍ଓେ ସିଓ ୫୦ ମିନିଟରେ ଏକ ଗୋଲ୍ ଦେଇଥିଲେ ।
ସେପଟେ ଆଜି ଖେଳାଯାଇଥିବା ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ସେମିରେ ପହଞ୍ଚିଛି ଜର୍ମାନୀ । ସୁଟଆଉଟରେ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବେଶ୍ ରୋମାଞ୍ଚଭରା ଥିଲା । ଇଂଲଣ୍ଡ ମ୍ୟାଚ୍ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଥିବା ବେଳେ ଜର୍ମାନୀ ମାତ୍ର ୨ ମିନିଟରେ ଖେଳର ମୋଡ଼ ବଦଳାଇ ଦେଇଥିଲା । ନିର୍ଦ୍ଧାରିତ ସମୟରେ ଦୁଇ ଦଳ ପରସ୍ପରକୁ ୨ଟି ଲେଖାଏ ଗୋଲ ଦେଇଥିଲେ । ଫଳରେ ମ୍ୟାଚ୍ର ନିଷ୍ପତ୍ତି ପାଇଁ ସୁଟ୍ଆଉଟର ସହାୟତା ନିଆ ଯାଇଥିଲା। ସୁଟ୍ଆଉଟକୁ ଜର୍ମାନୀ ୪-୩ରେ ଜିତି ସେମି ଟିକେଟ ହାତେଇଛି ।












Click it and Unblock the Notifications