Hockey World Cup 2023: ଚିଲିକୁ ୩-୨ରେ ପରାସ୍ତ କଲା ମାଲେସିଆ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ ୨୦୨୩ରେ ସୋମବାର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି ।

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ ୨୦୨୩ରେ ସୋମବାର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି ।

Hockey World Cup 2023

ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ତେବେ ଦ୍ବିତୀୟ କ୍ୱାର୍ଟରରେ ତଥା ମ୍ୟାଚର ୨୦ତମ ମିନିଟରେ ଚିଲି ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ଆମୋରସ ଜୁଆନ । କିନ୍ତୁ ୨୫ ତମ ମିନିଟରେ ଏକ ପେନାଲଟି ଷ୍ଟ୍ରୋକରୁ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ ମାଲେସିଆର ରହିମ ରାଜି। ୨୮ ତମ ମିନିଟରେ ରୋଡ୍ରିଗଜ ମାର୍ଟିନ ଗୋଲ ଦେଇ ଚିଲିକୁ ଆଗୁଆ କରିଥିଲେ।

କିନ୍ତୁ ମାଲେସିଆ ପକ୍ଷରୁ ଖେଳର ୪୦ ତମ ମିନିଟରେ ହମସାନି ଆସ୍ରନ ଓ ୪୧ ତମ ମିନିଟରେ ସୁମାନ୍ତ୍ରି ନୋରସିଆଫିକ ଗୋଲ ଦେଇଥିଲେ । ୩-୨ରେ ବିଜୟୀ ହୋଇଥିଲା ମାଲେସିଆ। ଉଭୟ ଚିଲି ଓ ମାଲେସିଆ ନିଜ ନିଜର ପ୍ରଥମ ଗ୍ରୁପ ମ୍ୟାଚରେ ପରାସ୍ତ ହୋଇଥିଲେ। ଚିଲି ନ୍ୟୁଜିଲାଣ୍ଡ ଠାରୁ ଓ ମାଲେସିଆ ନେଦରଲ୍ୟାଣ୍ଡସରୁ ହାରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+