ହକି ବିଶ୍ୱକପ: ଭାରତ ବନାମ ସ୍ପେନ ମ୍ୟାଚ ଆରମ୍ଭ, ପ୍ରଥମ ଗୋଲ୍ ହିଟ୍ କଲେ ଓଡିଆ ପୁଅ
ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭାରତ ବନାମ ସ୍ପେନ ମ୍ୟାଚ । ପୁରୁଷ ହକି ବିଶ୍ୱକପ ୨୦୨୩ର ପ୍ରଥମ ଦିନର ଶେଷ ମ୍ୟାଚରେ ବିପକ୍ଷ ସ୍ପେନକୁ ଭେଟୁଛି ଭାରତ ।
ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭାରତ ବନାମ ସ୍ପେନ ମ୍ୟାଚ । ପୁରୁଷ ହକି ବିଶ୍ୱକପ ୨୦୨୩ର ପ୍ରଥମ ଦିନର ଶେଷ ମ୍ୟାଚରେ ବିପକ୍ଷ ସ୍ପେନକୁ ଭେଟୁଛି ଭାରତ ।

ମ୍ୟାଚର ପ୍ରଥମ କ୍ୱାର୍ଟର ଶେଷରେ ଭାରତ ସ୍ପେନ ବିପକ୍ଷରେ 1-0 ଗୋଲରେ ଅଗ୍ରଣୀ ହାସଲ କରିଛି । ଓଡିଆ ପୁଅ ଅମିତ ରୋହିଦାସଙ୍କ ପେନାଲ୍ଟିକର୍ଣ୍ଣର ଗୋଲରେ ରୂପାନ୍ତର ଆୟୋଜକ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଛି । ମାତ୍ର ହରମାନପ୍ରୀତ ଆଣ୍ଡ କୋ ଅନ୍ୟ ଦୁଇଟି ପେନାଲ୍ଟିକର୍ଣ୍ଣରକୁ ଗୋଲରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ ।
ତେବେ ଅମିତ ରୋହିଦାସ ଭାରତ ପାଇଁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରିଛନ୍ତି । ଏଥି ସହିତ ଆୟୋଜକ ଦଳ ପ୍ରଥମ କ୍ୱାର୍ଟରେ ଅଗ୍ରଣୀ ହାସଲ କରିଛି । ଏହା ଭାରତୀୟ ହକି ଦଳର 200 ତମ ଗୋଲ । ପ୍ରଥମ କ୍ୱାର୍ଟରର 10 ମିନିଟ ଖେଳରେ ଉଭୟ ଦଳ ପରସ୍ପରର ପ୍ରତିରକ୍ଷା ଶକ୍ତିକୁ ପରୀକ୍ଷା କରିଥିଲେ ।












Click it and Unblock the Notifications