ହକି ବିଶ୍ଵକପ ୨୦୨୩: ଡ୍ର'ରେ ଶେଷ ହେଲା ଇଣ୍ଡିଆ-ଇଂଲଣ୍ଡ ରୋମାଞ୍ଚକର ଫାଇଟ୍
ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ-ଇଣ୍ଡିଆ ମ୍ୟାଚ ଡ୍ରରେ ଶେଷ ହୋଇଛି । ମ୍ୟାଚର ଶେଷ ସେକେଣ୍ଡରେ ଇଂଲଣ୍ଡ ଏକ ପେନାଲ୍ଟିକର୍ଣ୍ଣର ପାଇବା ସତ୍ତ୍ୱେ ଗୋଲ କରିବାରେ ବିଫଳ ହୋଇଥିଲା ।
ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ-ଇଣ୍ଡିଆ ମ୍ୟାଚ ଡ୍ରରେ ଶେଷ ହୋଇଛି । ମ୍ୟାଚର ଶେଷ ସେକେଣ୍ଡରେ ଇଂଲଣ୍ଡ ଏକ ପେନାଲ୍ଟିକର୍ଣ୍ଣର ପାଇବା ସତ୍ତ୍ୱେ ଗୋଲ କରିବାରେ ବିଫଳ ହୋଇଥିଲା । ଶେଷରେ ମ୍ୟାଚ୍ 0-0 ସମାପ୍ତ ହୋଇଛି ।

ଦୁଇ ଦଳ ପଏଣ୍ଟ ବାଣ୍ଟି ଥିବାବେଳେ ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ପଏଣ୍ଟ ସମାନ ହୋଇଥିଲେବି ଇଂଲଣ୍ଡ ଟେବୁଲର ଶୀର୍ଷରେ ରହିଛି । କାରଣ ଚଳିତ ବିଶ୍ବକପରେ ଗୋଲ ବ୍ୟବଧାନରେ ଇଂଲଣ୍ଡ ଏପର୍ଯ୍ୟନ୍ତ ଅଧିକ ଗୋଲ୍ ଦେଇଛି ।
ତେବେ ପେନାଲ୍ଟିକର୍ଣ୍ଣରର ଫାଇଦା ନ ଉଠାଇବା ପାଇଁ ପରିଦର୍ଶକ ଇଂଲିଶ୍ ଦଳ ଅନୁତାପ କରିବ । ପୁଲ୍-ଡି ର ଅନ୍ତିମ ରାଉଣ୍ଡ ମ୍ୟାଚରେ ଇଂଲଣ୍ଡକୁ ଅପେକ୍ଷାକୃତ ଶକ୍ତିଶାଳୀ ସ୍ପେନ ସହ ପ୍ରତିଦ୍ୱନ୍ଦ୍ୱୀ କରିବ । ଅନ୍ୟପଟେ ଭାରତ ପରବର୍ତ୍ତୀ ମ୍ୟାଚରେ ୱେଲ୍ସକୁ ଭେଟିବ । ଏହି ମ୍ୟାଚ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
ପ୍ରଥମ କ୍ୱାର୍ଟରରେ ଭାରତ ୫ ଟି ପେନାଲ୍ଟିକର୍ଣ୍ଣର ପାଇଥିଲା । ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଦୁଇଟି । ଅନ୍ୟପଟେ ଇଂଲଣ୍ଡ ଦଳ ପାଇଥିବା ସମସ୍ତ ସାତୋଟି ପେନାଲ୍ଟିକର୍ଣ୍ଣରକୁ ମଧ୍ୟ ଗୋଲରେ ପରିଣତ କରିବାରେ ସଫଳ ହୋଇପାରି ନଥିଲା ।
ତୃତୀୟ ଦିନର ଆକ୍ସନ ଶେଷ
ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ରେ ଆଜି ତୃତୀୟ ଦିନର ଆକ୍ସନ ଶେଷ ହୋଇଛି । ଆଜି ରାଉକେଲ ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ୱେଲ୍ସକୁ 5-1 ରେ ପରାସ୍ତ କରିଥିଲା ସ୍ପେନ । ଅନ୍ୟପଟେ ଇଂଲଣ୍ଡ-ଇଣ୍ଡିଆ ମ୍ୟାଚ ଡ୍ରରେ ଶେଷ ହୋଇଥିଲା । ତେବେ ଆସନ୍ତାକାଲି ହକି ବିଶ୍ୱକପ ୨୦୨୩ର ଚତୁର୍ଥ ଦିନର ଲାଇଭ୍ ଆକ୍ସନ ଦେଖିବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।












Click it and Unblock the Notifications