Get Updates
Get notified of breaking news, exclusive insights, and must-see stories!

Hockey World Cup 2023: ଆରମ୍ଭ ହେଲା କାଉଣ୍ଟଡାଉନ, ରାଉରକେଲାରେ ହକି ଇଣ୍ଡିଆ ଅଧିକାରୀ

ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା, ଆନ୍ତର୍ଜାତୀୟ ହକି ଫେଡେରେସନ ଅଧ୍ୟକ୍ଷ ଓ ଅନ୍ୟାନ ଟେକନିକାଲ ଟିମ ପହଞ୍ଚି ଷ୍ଟାଡିୟମକୁ ପରଖିଛନ୍ତି ।

ଭୁବନେଶ୍ବର: ପୁଣି ଏକ ମେଗା ଇଭେଣ୍ଟ ପାଇଁ ସଜବାଜ ହେଲାଣି ଓଡିଶା । ପୁଣି ଝଲସିବ କଳିଙ୍ଗ, ସଜେଇ ହେବ ରାଜଧାନୀ । ତେବେ ଏଥର ରାଜଧାନୀ ସହ ମଧ୍ୟ ଷ୍ଟିଲ ସିଟି ରାଉରକେଲାକୁ ଏହି ମେଗା ଇଭେଣ୍ଟ ସହ ସାମିଲ କରାଯାଇଛି। ଆଗାମୀ 2023 ହକି ବିଶ୍ବକପ ଓଡିଶାରେ ଆୟୋଜନ ହେବାକୁ ଯାଉଛି । ଯେଉଁଠି କଳିଙ୍ଗ ଷ୍ଟାଡିୟମ ସହ ରାଉକେଲା ବିଜୁ ପଟ୍ଟନାୟକ ହକ ଷ୍ଟାଡିୟମକୁ ମଧ୍ୟ 2ୟ ଭେନ୍ୟୁ ଭାବେ ଘୋଷଣା କରାଯାଇଛି ।

Hockey World Cup 2023 Hockey India officials in Rourkela

ତେଣୁ ଏବେ ରାଉରକେଲାରେ ଜୋରସୋର ଆଗେଇଛି ହକି ଷ୍ଟାଡିୟମ କାମ । ନିୟମିତ ବ୍ୟବଧାନରେ ରାଜ୍ୟ କ୍ରୀଡା ବିଭାଗ ଅଧିକାରୀ ମାନେ ରାଉରକେଲା ଗସ୍ତ କରି ସ୍ଥିତି ପରଖୁଛନ୍ତି । ଏହି କ୍ରମରେ ଆଜି (ଶୁକ୍ରବାର) ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା, ଆନ୍ତର୍ଜାତୀୟ ହକି ଫେଡେରେସନ ଅଧ୍ୟକ୍ଷ ଓ ଅନ୍ୟାନ ଟେକନିକାଲ ଟିମ ପହଞ୍ଚି ଷ୍ଟାଡିୟମକୁ ପରଖିଛନ୍ତି । ଏହାପରେ ସମସ୍ତେ କ୍ରୀଡ଼ା ମନ୍ତ୍ରୀ, 5ଟି ସଚିବ, ମୁଖ୍ୟ ଶାସନ ସଚିବ ରାଉରକେଲା ଆସିବେ । ସମସ୍ତେ ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ ପରିଦର୍ଶନ କରିବେ ।

Hockey World Cup 2023 Hockey India officials in Rourkela

ସୂଚନାଥାଉ କି, 2018ରେ ହକି ବିଶ୍ବକପର ସଫଳ ଆୟୋଜନ କରି ଓଡିଶା ବିଶ୍ବ ଦରବାରରେ ସ୍ୱତନ୍ତ୍ର ମାନ୍ୟତା ପାଇଥିଲା । ଏଥି ସହିତ ରାଜଧାନୀ ଭୁବନେଶ୍ୱର ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ଭାବେ ପରିଚିତ ହୋଇଥିଲା । 2018 ବିଶ୍ୱକପ ଫାଇନାଲରେ ରୋମାଞ୍କ ମୋଡରେ ନେଦରଲ୍ୟାଣ୍ଡ୍ସକୁ ହରାଇ ବେଲଜିୟମ ମେଡନ ହକି ଟାଇଟଲ ଟେକିଥିଲା । ଫାଇନାଲ ଫାଇଟ ଗୋଲ ଶୂନ୍ୟରେ ଶେଷ ହେବା ପରେ ପେନାଲ୍ଟି ସୁଟଆଉଟ ରାଉଣ୍ଡରେ 3-2ରେ ବେଲିଜିୟମ ବିଶ୍ବବିଜୟୀ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+