Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ସୁଟ୍ଆଉଟରେ ଇଂଲଣ୍ଡକୁ ଆଉଟ୍ କରି ସେମିରେ ଜର୍ମାନୀ

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ସେମିରେ ଜର୍ମାନୀ । ସୁଟଆଉଟରେ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ ।

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ସେମିରେ ଜର୍ମାନୀ । ସୁଟଆଉଟରେ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ ।

hockey world cup 2023

କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବେଶ୍ ରୋମାଞ୍ଚଭରା ଥିଲା । ଇଂଲଣ୍ଡ ମ୍ୟାଚ୍‌ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଥିବା ବେଳେ ଜର୍ମାନୀ ମାତ୍ର ୨ ମିନିଟରେ ଖେଳର ମୋଡ଼ ବଦଳାଇ ଦେଇଥିଲା । ନିର୍ଦ୍ଧାରିତ ସମୟରେ ଦୁଇ ଦଳ ପରସ୍ପରକୁ ୨ଟି ଲେଖାଏ ଗୋଲ ଦେଇଥିଲେ। ଫଳରେ ମ୍ୟାଚ୍‌ର ନିଷ୍ପତ୍ତି ପାଇଁ ସୁଟ୍ଆଉଟର ସହାୟତା ନିଆ ଯାଇଥିଲା। ସୁଟ୍ଆଉଟକୁ ଜର୍ମାନୀ ୪-୩ରେ ଜିତି ସେମି ଟିକେଟ ହାତେଇଛି।

ତେବେ ଜର୍ମାନୀ ତୃତୀୟ ଦଳ ଭାବେ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି । ଏବେ ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ । ଅନ୍ୟପଟେ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଇଂଲଣ୍ଡ ଟପ୍‌ ୪ରେ ପ୍ରବେଶ କରିବାକୁ ସକ୍ଷମ ହୋଇନି। ସେହିପରି ଜର୍ମାନୀ ଏଯାଏଁ ୨ଥର ବିଶ୍ୱକପ ଜିତିଥିବା ବେଳେ ତୃତୀୟ ଥର ଟ୍ରଫି କବଜା କରିବାକୁ ଲକ୍ଷ୍ୟ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+