ହକି ବିଶ୍ୱକପ ୨୦୨୩: ଜାପାନକୁ ୩-୦ ଗୋଲରେ ମାତ୍ ଦେଲା ଜର୍ମାନୀ

ଏଫ୍ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ ରେ ଆଜି ଦିନର ଶେଷ ମ୍ୟାଚ ଜର୍ମାନୀ ବନାମ ଜାପାନ ମଧ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଜାପାନକୁ ୩-୦ ଗୋଲରେ ପରାସ୍ତ କରିଛି ଜର୍ମାନୀ ।

ଭୁବନେଶ୍ବର: ଏଫ୍ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ ରେ ଆଜି ଦିନର ଶେଷ ମ୍ୟାଚ ଜର୍ମାନୀ ବନାମ ଜାପାନ ମଧ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଜାପାନକୁ ୩-୦ ଗୋଲରେ ପରାସ୍ତ କରିଛି ଜର୍ମାନୀ ।

Hockey World Cup 2023

ମ୍ୟାଚରେ ଜର୍ମାନୀ ପ୍ରଥମରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇ ନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ ୨ଟି କ୍ବାର୍ଟର ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲେ । ମ୍ୟାଚର ୨୪ତମ ମିନିଟରେ ଜର୍ମାନୀ ଦୁଇଟି ପେନାଲ୍ଟିକର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲରେ ରୂପାନ୍ତର କରିବାକୁ ବିଫଳ ହୋଇଥିଲା । ଏପରି ମ୍ୟାଚର ହାର୍ପ ଟାଇମ୍ ରେ ମଧ୍ଯ ସ୍କୋର 0-0 ରହିଥିଲା । ଜର୍ମାନୀ ଷ୍ଟ୍ରାଇକରମାନେ ଆଟାକ୍ କରିବାରେ ଲାଗିଥିଲେ ମଧ୍ୟ ଜାପାନର ଗୋଲକିପର ସେମାନଙ୍କୁ ଗୋଲ କରିବାକୁ ଦେଇନଥିଲେ ।

ତେବେ ୩ୟ କ୍ବାର୍ଟରରେ ଜର୍ମାନୀର ଗ୍ରାମବୁସ ମେଟ୍‌ସ ଓ ୪୦ ମିନିଟରେ ରୁହର ଖ୍ରୀଷ୍ଟୋଫର ଯଥାକ୍ରମେ ପେନାଲ୍ଟି ଓ ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳକୁ ଆଗୁଆ କରିଥିଲେ। ଏହାପରେ ପ୍ରିଞ୍ଜ ଥିଜ୍‌ ୪୮ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ପୂରା ମ୍ୟାଚ‌ରେ ଜର୍ମାନିକୁ ୮ ଥର ପେନାଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଥରେ ମାତ୍ର ଗୋଲ ଦେଇ ପାରିଥିଲା। ଅପରପକ୍ଷେ ଜାପାନକୁ ପେନାଲ୍ଟି ଗୋଲ ଦେବା ପାଇଁ ଥରଟିଏ ମାତ୍ର ସୁଯୋଗ ମିଳିଥିଲା।

ମ୍ୟାଚର ଅନ୍ତିମ ମିନିଟରେ ଜାପାନ ବ୍ୟାକ୍-ଟୁ-ବ୍ୟାକ୍ ପେନାଲ୍ଟି କୋଣ ପାଇଥିଲା । କିନ୍ତୁ ସେଗୁଡ଼ିକୁ ଗୋଲରେ ରୂପାନ୍ତର କରିବାରେ ବିଫଳ ହୋଇଥିଲା ଦଳ । ଫଳରେ ଜର୍ମାନୀ ଜାପାନକୁ 3-0 ବ୍ୟବଧାନରେ ପରାସ୍ତ କରିଥିଲା । ଏହା ସହିତ ଜର୍ମାନୀ ଜାପାନ ବିପକ୍ଷରେ ଏକ ବିଜୟ ହାସଲ କରି ତିନି ପଏଣ୍ଟ ନିଜ ଖାତରେ ରଖିଥିଲା ।

କହିରଖୁ କି, ହକି ବିଶ୍ୱକପ 2023 ର ଦ୍ୱିତୀୟ ଦିନର ଆକ୍କନରେ ଚାରିଟି ଦଳ ମଧ୍ୟରୁ ତିନିଟି ଦଳ ମ୍ୟାଚକୁ ଏକରଫା ଭାବେ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବନାମ ଚିଲି ମଧ୍ୟରେ ଦିନର ପ୍ରଥମ ମ୍ୟାଚ 3-1 ମାର୍ଜିନରେ ଶେଷ ହୋଇଥିଲା ।

ଆଜି ଦ୍ୱିତୀୟ ଦିନରେ ଥିଲା 4ଟି ମ୍ୟାଚ୍ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବାନାମ ଚିଲି ପ୍ରଥମ ମ୍ୟାଚରେ ୱିକି ଦଳ 3-1 ମାର୍ଜିନରେ ବିଜୟ ହାସଲ କରିଥିଲା । ସେହିପରି ଦିନ 3ଟାରେ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଏକତରଫା ଭାବେ 4-0 ଗୋଲରେ ମାତ୍ ଦେଇଥିଲା ନେଦରଲ୍ୟାଣ୍ଡସ୍ ।
ଅନ୍ୟପଟେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା 5ଟାରେ ତୃତୀୟ ମ୍ୟାଚ କୋରିଆ ଉପରେ 5ଟି ବିଶାଳ ଗୋଲ ବର୍ଷାକରି ଏକତରଫା ଭାବେ 5-0ରେ ମ୍ୟାଚ ଜିତିଥିଲା ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ । ପରେ ସଂଧ୍ୟା 7ଟାରେ ଦ୍ବିତୀୟ ଦିନର ଶେଷ ମ୍ୟାଚରେ ଜର୍ମାନୀ ଆକ୍ରମଣାତ୍ମକ ଦ୍ବାରା 3 ଗୋଲ୍ ସ୍କୋର କରି ଜାପାନକୁ ପରାସ୍ତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+