ହକି ବିଶ୍ୱକପ୍ ୨୦୨୩: ୱେଲ୍ସକୁ ୫-୦ ଗୋଲରେ ହରାଇଲା ଇଂଲଣ୍ଡ

ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ୨୦୨୩ ର ତୃତୀୟ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରରେ ଖେଳା ଯାଇଥିଲା । ଏହି ମ୍ୟାଚରେ ୱେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି ଇଂଲଣ୍ଡ ।

ରାଉରକେଲା: ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ୨୦୨୩ ର ତୃତୀୟ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରରେ ଖେଳାଯାଇଥିଲା । ଏହି ମ୍ୟାଚରେ ୱେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି ଇଂଲଣ୍ଡ । ମ୍ୟାଚରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।

ପୁରୁଷ ହକି ବିଶ୍ୱକପ୍ ୨୦୨୩

ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଅନେକ ପେନାଲ୍‌ଟି କର୍ଣ୍ଣର ପାଇଥିଲା । ତେବେ ସେଥିରୁ ମାତ୍ର ଗୋଟିଏ ଗୋଲରେ ପରିଣତ ହୋଇଥିଲା । ହାପ୍‌ ଟାଇମ୍ ପାଖାପାଖି ଏହି ଗୋଲଟି ହୋଇଥିଲା । ଏହି ଗୋଲଟି ଦେଇଥିଲେ ଲିଆମ ଆନ୍‌ସେଲ୍‌। ହାପ୍‌ ଟାଇମ୍ ଶେଷ ସୁଦ୍ଧା ଇଂଲଣ୍ଡ ୨-୦ ଗୋଲ୍‌ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଲିଆମ ଆନ୍‌ସେଲ୍ ଆଉ ଏକ ଗୋଲ ଦେବା ସକ୍ଷମ ହୋଇଥିଲେ। ସେହିଭଳି ଫିଲ୍ ରୋପର ଏକ ଗୋଲ୍ କରିଥିଲେ। ଫଳରେ ଏହି କ୍ୱାର୍ଟର ଶେଷ ବେଳକୁ ଇଂଲଣ୍ଡ ୪-୦ରେ ଆଗୁଆ ରହିଥିଲା। ୱେଲସ ଗୋଟିଏ ବି ଗୋଲ୍ କରିବାକୁ ସମର୍ଥ ହୋଇ ନଥିଲା।

ଚତୁର୍ଥ କ୍ୱାର୍ଟରରେ ୱେଲ୍‌ସ କିଛି ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ସେଗୁଡ଼ିକ ଗୋଲ୍‌ରେ ପରିଣତ ହୋଇ ନଥିଲା। ତେବେ ଶେଷ କ୍ୱାର୍ଟରରେ ଇଂଲଣ୍ଡ ପୁଣି ଏକ ଗୋଲ ଦେଇ ୫-୦ରେ ମ୍ୟାଚ୍ ଜିତିଥିଲା। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପୁରୁଷ ହକି ବିଶ୍ବକପର ୧୫ତମ ସଂସ୍କରଣ ପ୍ରଥମ ମ୍ୟାଚରେ ଆଜେଣ୍ଟିନା ୧-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଯାହା ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା । ସେହିପରି ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଥିଲା। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଥିଲା। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଥିଲା ।

ଅଷ୍ଟ୍ରେଲିଆ ପାଇଁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+