ହକି ବିଶ୍ୱକପ ୨୦୨୩: ଜିତିଲା ଇଂଲଣ୍ଡ, ବଢିଲା ଭାରତର ଅଡୁ଼ଆ

ଭାରତକୁ ସିଧାସଳଖ କ୍ୱାର୍ଟର ଟିକେଟ୍ ହାତେଇବା ପାଇଁ ହେଲେ ଆଗାମୀ ମ୍ୟାଚରେ ୱେଲ୍ସକୁ 8-0 ଗେଲରେ ପରାସ୍ତ କରିବାକୁ ପଡିବ ।

ଭୁବନେଶ୍ୱର: ଆଜି (ଗୁରୁବାର) କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ପୁଲ-ଡି ର ପ୍ରଥମ ମ୍ୟାଚରେ ସ୍ପେନକୁ 4-0 ଗୋଲରେ ପରାସ୍ତ କରିଛି ଇଂଲଣ୍ଡ । ତେବେ ଇଂଲଣ୍ଡର ଏହି ବିଜୟ ସହ ଭାରତର ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବା ରାସ୍ତ ଅଧିକ କଣ୍ଟକିତ ହୋଇଛି ।

Hockey World Cup 2023

କାରଣ ଗୋଲ ବ୍ୟବଧାନ ଅଧିକ ପୂର୍ବରୁ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା ଇଂଲଣ୍ଡ । ସମାନ ପଏଣ୍ଟ ଥାଇ ବି ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ଆଉ ଏବେ ଏହି 4-0 ବିଜୟ ଇଂଲିଶ୍ ଦଳର ଗୋଲ ବ୍ୟବଧାନକୁ ଆହୁରି ବଢାଇ ଦେଇଛି । ତେବେ ଭାରତକୁ ସିଧାସଳଖ କ୍ୱାର୍ଟର ଟିକେଟ୍ ହାତେଇବା ପାଇଁ ହେଲେ ଆଗାମୀ ମ୍ୟାଚରେ ୱେଲ୍ସକୁ 8-0 ଗେଲରେ ପରାସ୍ତ କରିବାକୁ ପଡିବ ।

ତେବେ ଆଜି ମ୍ୟାଚର ପ୍ରତି କ୍ୱାର୍ଟରରେ ଇଂଲିଶ୍ ଦଳ ନିଜର ଦବଦବା ବଜାୟ ରଖିଥିଲା । ମ୍ୟାଚର 11 ତମ ମିନିଟରେ ଫିଲ୍ ରୋପର ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ସେହିପରି ଡାଭିଡଟ ଇଂଲଣ୍ଡ ପାଇଁ 22ତମ ମିନିଟରେ ପୁଣି ଏକ ଗୋଲ ସ୍କୋର କରିଲେ । ଫଳରେ ଇଂଲଣ୍ଡ ପ୍ରଥମାର୍ଦ୍ଧକୁ ହାଇ ନୋଟରେ ସମାପ୍ତ କରିଥିଲା ।

ତେବେ ତୃତୀୟ କ୍ୱାର୍ଟରରେ ଉଭୟ ଦଳ କୌଣସି ଗୋଲ ସ୍କୋର କରିପାରି ନଥିଲେ । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଇଂଲଣ୍ଡ 2-0ରେ ଅଗ୍ରଣୀ ହାସଲ କରି ଚାଲିଥିଲା । ପରେ ମ୍ୟାଚର 51 ତମ ମିନିଟରେ ନିକୋଲାସ ବାନ୍ଦୁରାକ ଦଳ ପାଇଁ ପୁଣି ଏକ ଗୋଲ ସ୍କୋର କରି ଇଂଲଣ୍ଡକୁ 3-0ରେ ଆଗୁଆ ରଖିଥିଲେ । ପରେ ପରେ କୌଣସି ସମୟ ନଷ୍ଟ ନ କରି ଇଂଲଣ୍ଡ ଆଉ ଏକ ଗୋଲ ସ୍କୋର କରିଥିଲା । ମ୍ୟାଚରେ 52 ତମ ମିନିଟରେ ଲିଆମ୍ ଅନସେଲ ଗୋଲ ସ୍କୋର ଇଂଲଣ୍ଡକୁ 4-0ରେ ବିଜୟୀ କରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+