ହକି ବିଶ୍ୱକପ: ବିର୍ସା ମୁଣ୍ଡାରେ ଗୋଲ ବର୍ଷା କଲା ଅଷ୍ଟ୍ରେଲିଆ, ବିଜୟ ସହ ହାତେଇଲା ସିଧାସଳଖ କ୍ୱାର୍ଟର ଟିକେଟ୍
ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ପୁଲ-ଏର ଶେଷ ଲିଗ୍ ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ବୃହତ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଗୋଲ ଉପରେ ଗୋଲ ବର୍ଷା କରି ଦକ୍ଷିଣ ଆଫ୍ରିକାକୁ 9 : 2 ରେ ପରାସ୍ତ କରିଛି ।
ରାଉରକେଲା: ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ପୁଲ-ଏର ଶେଷ ଲିଗ୍ ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ବୃହତ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଗୋଲ ଉପରେ ଗୋଲ ବର୍ଷା କରି ଦକ୍ଷିଣ ଆଫ୍ରିକାକୁ 9 : 2 ରେ ପରାସ୍ତ କରିଛି । ତେବେ ଏହି ବିଜୟ ସହ ଅଷ୍ଟ୍ରେଲିଆ ଦଳ ସିଧସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଯାତ୍ରା ଚଳିତ ହକି ବିଶ୍ୱକପରେ ଶେଷ ହୋଇଛି ।

ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଭରସ୍ (୩,୧୫,୧୯,୨୦) ମିନିଟରେ ସର୍ବାଧିକ ୪ଟି ଗୋଲ୍ ସ୍କୋର କରିଥିଲେ । ଏଥିରେ ୨ଟି ଫିଲ୍ଡ ଗୋଲ୍ ଏବଂ ଦୁଇଟି ପେନାଲ୍ଟି କର୍ଣ୍ଣର ସାମିଲ ଥିଲା । ସେହିପରି ବାକି ୫ଟି ଗୋଲ୍ କ୍ରେଗ୍ ଟମ୍, ହାର୍ଭିଭ ଜେକ୍ ଓ ବିଆଲେ ଡାନିଏଲ୍ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ମାତ୍ର ୨ଟିଗୋଲ ଦେବାକୁ ସକ୍ଷମ ହୋଇଥି
ଉଲ୍ଲେଖଯୋଗ୍ୟ ଯେ, ଆଜି ହକି ବିଶ୍ୱକପ ୨୦୨୩ର ଅଷ୍ଟମ ଦିନରେ ଖେଳାଯିବ ଶେଷ ପର୍ଯ୍ୟାୟ ଲିଗ୍ ମ୍ୟାଚ । ଆଜି ପୁଲ-ଏ ଓ ପୁଲ-ବିରେ ଦୁଇଟି ଲେଖାଏଁ ମ୍ୟାଚ୍ ରହିଛି । ସମସ୍ତ ମ୍ୟାଚ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଅପରାହ୍ନ ୩ଟାରୁ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଏବେ ଖେଳ ଜାରି ରହିଛି । ସେହିପରି ସନ୍ଧ୍ୟା ୫ଟାରେ ବେଲଜିୟମ ଜାପାନ ଭେଟିବାକୁ ଥିବାବେଳେ ସନ୍ଧ୍ୟା ୭ଟାରେ ଜର୍ମାନୀ ଓ କୋରିଆ ମଧ୍ୟରେ ମୁକାବିଲା ହେବ।












Click it and Unblock the Notifications