ହକି ବିଶ୍ୱକପ ୨୦୨୩: କଳିଙ୍ଗରେ ଗୋଲ୍ ବର୍ଷା କଲା ଅଷ୍ଟ୍ରେଲିଆ , ଫ୍ରାନ୍ସ ପରାସ୍ତ

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ଦ୍ବିତୀୟ ମ୍ୟାଚରେ ଫ୍ରାନ୍ସ ଉପରେ ୮ଟି ‌ଗୋଲ ବର୍ଷା କରି ଦମଦାର ବିଜୟ ହାସଲ କରିଛି କଙ୍ଗାରୁ ଦଳ । ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।

ଭୁବନେଶ୍ବର: ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଟିମ୍ ଅଷ୍ଟ୍ରେଲିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ଦ୍ବିତୀୟ ମ୍ୟାଚରେ ଫ୍ରାନ୍ସ ଉପରେ ୮ଟି ‌ଗୋଲ ବର୍ଷା କରି ଦମଦାର ବିଜୟ ହାସଲ କରିଛି କଙ୍ଗାରୁ ଦଳ । ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି ।

Australia Beat France

କଙ୍ଗାରୁ ଦଳର ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ‌ମ୍ୟାଚ୍‌ ଖେଳିଥିଲେ । ତେବେ ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲଆ ଗୋଟିଏ ଗୋଲ୍‌ ସ୍କୋର କରିଥିଲା । ମାତ୍ର ଦ୍ବିତୀୟ ଓ ତୃତୀୟ କ୍ୱାର୍ଟରରେ ହଳଦିଆ ଦଳ ଯଥାକ୍ରମେ ୩-୩ ଗୋଲ ବର୍ଷା କରିଥିଲା । ସେହିପରି ଶେଷ କ୍ୱାର୍ଟରରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇ ବିଶାଳ ବିଜୟ ହାସଲ କରିଥିଲା ।

ଅଷ୍ଟ୍ରେଲିଆ ପାଇଁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ, ପୁରୁଷ ହକି ବିଶ୍ବକପର ୧୫ତମ ସଂସ୍କରଣ ପ୍ରଥମ ମ୍ୟାଚରେ ଆଜେଣ୍ଟିନା ୧-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଯାହା ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+