ହକି ବିଶ୍ୱକପ: ଆଶ୍ଚର୍ଯ୍ୟ !! ପଡିଆରେ ୧୧ ବଦଳରେ ଖେଳିଲେ ୧୨ ଖେଳାଳି, କେହି ବି ଜାଣି ପାରିଲେନି

ଚଳିତ ଏଫଆଇଏଚ୍ ହକି ବିଶ୍ୱକପରେ ଗତକାଲି ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଯାହା ସାରା ବିଶ୍ୱକୁ ଚକିତ କରିଛି । ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଚାଲିଥିବା ବେଳେ ଗୋଟିଏ ଦଳରୁ ୧୧ ଜଣ ବଦଳରେ ୧୨ ଜଣ ଖେଳାଳି ମ୍ୟାଚ୍ ଖେଳିଲେ ।

ଭୁବନେଶ୍ୱର: ଚଳିତ ଏଫଆଇଏଚ୍ ହକି ବିଶ୍ୱକପରେ ଗତକାଲି ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଯାହା ସାରା ବିଶ୍ୱକୁ ଚକିତ କରିଛି । ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଚାଲିଥିବା ବେଳେ ଗୋଟିଏ ଦଳରୁ ୧୧ ଜଣ ବଦଳରେ ୧୨ ଜଣ ଖେଳାଳି ମ୍ୟାଚ୍ ଖେଳିଲେ । ମାତ୍ର କେହି ମଧ୍ୟ ଜାଣିପାରିଲେ ନାହିଁ ।

Hockey World Cup

ଗତକାଲିର କୋରିଆ ବନାମ ଜାପାନ ବିପକ୍ଷ ମ୍ୟାଚରେ ଏପରି ଘଟଣା ଘଟିଛି । କୋରିଆ ବିପକ୍ଷ ମ୍ୟାଚରେ ଜାପାନ ୧୨ ଜଣ ଖେଳାଳିଙ୍କୁ ଖେଳିଥିବା ଜଣାପଡ଼ିଛି । କିନ୍ତୁ ଏହାକୁ ରେଫରି କିମ୍ବା ଅନ୍ୟ କୌଣସି ମ୍ୟାଚ୍ ପରିଚାଳନା ଅଧିକାରୀ କିଭଳି ଧ୍ୟାନ ଦେଇପାରି ନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଖେଳ ଶେଷ ହେବା ପରେ ରେଫରି ଜାପାନ ଦଳର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ତେବେ ପୁଲ୍-ବି ର ଏହି ମ୍ୟାଚରେ ଜାପାନ ୧-୨ ଗୋଲେରେ କୋରିଆଠୁ ପରାସ୍ତ ହୋଇଛି ଏବଂ ଏହି ଫଳାଫଳ ସ୍ଥିର ରହିବ ବୋଲି FIH କହିଛି ।

ତେବେ ଏହା ଅଜାଣତରେ ହୋଇଯାଇଥିବା ରେଫରିଙ୍କୁ ସଫେଇ ଦିଆଯାଇଛି । ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ପରେ ଘଟଣା ସମ୍ପର୍କରେ କୋରିଆ ଦଳକୁ ଅବଗତ କରାଯାଇଥିଲା । ବିବୃତ୍ତି ଅନୁଯାୟୀ, ମ୍ୟାଚ୍ ପରେ ଏଫ୍ଆଇଏଚ୍ ଅଧିକାରୀମାନେ ଜାପାନ ଦଳ ସହ କଥା ହୋଇଥିଲେ, ସେମାନେ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି। ଏଫଆଇଏଚ୍ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ କୋରିଆ ଦଳକୁ ସୂଚନା ଦେଇଛନ୍ତି। ବିବୃତ୍ତି ଅନୁଯାୟୀ, ଏହା କିପରି ଘଟିଲା ଜାଣିବା ପାଇଁ FIH ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+