Get Updates
Get notified of breaking news, exclusive insights, and must-see stories!

ଆଜିଠୁ କଳିଙ୍ଗରେ ହକି ପ୍ରୋ ଲିଗ୍, ସନ୍ଧ୍ୟାରେ ଭାରତ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ ଖେଳାଯିବ ।

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ସ୍ପେନ୍ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ ।

Hockey Pro League

ନଭେମ୍ବର ୬ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଆସନ୍ତାବର୍ଷ ଜାନୁଆରୀରେ ଖେଳାଯିବାକୁ ଥିବା ବିଶ୍ୱକପ ହକି ପୂର୍ବରୁ ପ୍ରୋ ହକି ଲିଗ୍ ତିନି ଦଳ ପାଇଁ ଭଲ ଅଭ୍ୟାସ ସାବ୍ୟସ୍ତ ହୋଇପାରିବ । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କେବେ ବି ପ୍ରଥମ ସ୍ଥାନ ହାସଲ କରିପାରି ନାହିଁ । ଦୁଇଥର ଦଳ ତୃତୀୟ ସ୍ଥାନରେ ହିଁ ସନ୍ତୁଷ୍ଟ ହୋଇଛି ।

ତେବେ ଆଜି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ହରମନପ୍ରୀତ ସିଂ । ମ୍ୟାଚରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ସମସ୍ତେ କିଭଳି ନିଜର ବେଷ୍ଟ ଦେବେ ତାହାକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ଥିବାରୁ ବିଜୟ ନେଇ ଆଶା ରଖିଛି ସ୍ପେନ । ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସା କରିବା ସହିତ ଭଲ ଖେଳିବା ଉପରେ ଗୁରୁତ୍ବ ଦେଇଛି ନ୍ୟୁଜିଲାଣ୍ଡ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+