ଅବସର ନେଲା ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬; ଭେଟେରାନ ଗୋଲକିପର ପିଆର ଶ୍ରୀଜେଶଙ୍କ ଜର୍ସିକୁ ଅବସର
ଅବସର ନେଲା ଜର୍ସି ନମ୍ବର ୧୬ । ହକି ଇଣ୍ଡିଆ ବୁଧବାର ଭେଟେରାନ ଗୋଲକିପର ପିଆର ଶ୍ରୀଜେଶଙ୍କ ଜର୍ସିକୁ ଅବସର ଦେଇଛି । ଫଳରେ ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ । ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲ ମ୍ୟାଚ୍ ସହ ହକିକୁ ବିଦାୟ କହିଥିଲେ ଶ୍ରୀଜେଶ ।
ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଘୋଷଣା କରିଛନ୍ତି ଯେ, "ପ୍ରାୟ ଦୁଇ ଦଶନ୍ଧୀ ଧରି ଭାରତୀୟ ହକି ପାଇଁ ଜର୍ସି ନମ୍ବର ୧୬ର ପ୍ରମୁଖ ଅବଦାନ ରହିଛି । ସେଥିପାଇଁ ଜର୍ସି ନମ୍ବର ୧୬କୁ ଅବସର ଦେଉଛୁ । ଶ୍ରୀଜେଶ ଏବେ ଜୁନିୟର ଟିମର ମୁଖ୍ୟ କୋଚ୍ ଭାବେ କାମ କରିବେ । ଜୁନିୟର ଟିମରେ ଜର୍ସି ନମ୍ବର ୧୬କୁ ଅବସର ଦିଆଯାଇନି ।"

ମ୍ୟାଚରେ ଶ୍ରୀଜେଶଙ୍କ ମ୍ୟାଚ ବିଜୟ ପ୍ରଦର୍ଶନ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ହକିରେ ପଦକ ଜିତିବାକୁ ଦୀର୍ଘ ବର୍ଷ ପରେ ସଫଳ ହୋଇଛି ଭାରତ । ଏଥିସହିତ ଭାରତୀୟ ହକି ଟିମର ଭେଟେରାଲ ଗୋଲକିପରଙ୍କୁ ନୂଆ ଦାୟିତ୍ୱ ମଧ୍ୟ ମିଳିଛି । ଜୁନିୟର ହକି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ଯାଉଛନ୍ତି ଶ୍ରୀଜେସ୍।
An era of excellence ends as Hockey India retires the iconic No. 16 jersey of PR Sreejesh. From impossible saves to inspiring generations, Sreejesh’s legacy will forever be etched in the history of Indian hockey. 🏑🇮🇳 #IndiaKaGame #HockeyIndia #SreejeshFelicitation… pic.twitter.com/yelBLMtAAq
— Hockey India (@TheHockeyIndia) August 14, 2024












Click it and Unblock the Notifications