ପୁଣି ହକି ଇଣ୍ଡିଆ ଲିଗ୍ , ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର: ଡିସେମ୍ବର ୨୭ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚନା ଦେଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ଏଥର ପୁରୁଷ ସହ ମହିଳା ଟିମ୍ ମଧ୍ୟ ସାମିଲ ହେବେ । ପୁରୁଷରେ ୮ଟି ଟିମ୍ ଏବଂ ମହିଳାରେ ୬ଟି ଟିମ୍ ସାମିଲ ହେବେ । ଏଥର ଦୁଇଟି ଭେନ୍ୟୁରେ ହକି ଇଣ୍ଡିଆ ଲିଗ୍ ଖେଳାଯିବ ।
ରାଉରକେଲା ସହିତ ରାଞ୍ଚିରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ । ଏଥିସହିତ ଓଡ଼ିଶାର ମଧ୍ୟ ଗୋଟିଏ ଟିମ୍ ହକି ଇଣ୍ଡିଆ ଲିଗରେ ସ୍ଥାନ ପାଇବ ବୋଲି ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ୨୦୧୩ରେ ଆରମ୍ଭ ହୋଇଥିଲା ହକି ଇଣ୍ଡିଆ ଲିଗ୍ । ୨୦୧୩ରେ ପ୍ରଥମ ସିଜିନ୍ ଆରମ୍ଭ ହୋଇଥିବା ବେଳେ ୨୦୧୭ରେ ପଞ୍ଚମ ସିଜିନ୍ ଖେଳାଯାଇଥିଲା ।

ସେ ସମୟରେ ମଧ୍ୟ ହକି ଇଣ୍ଡିଆ ଲିଗ୍ରେ କଳିଙ୍ଗ ଲାନ୍ସର୍ସ ନାମରେ ଓଡ଼ିଶାରୁ ଏକ ଟିମ୍ ସାମିଲ ହୋଇଥିଲା । ହକି ଇଣ୍ଡିଆ ଲିଗ୍ର ପ୍ରଥମ ସିଜିନ୍ରେ ରାଞ୍ଚି ରାହିନୋଜ୍, ଦ୍ୱିତୀୟ ସିଜିନ୍ରେ ଦିଲ୍ଲୀ ୱେଭ୍ରାଇଡର୍ସ, ତୃତୀୟ ସିଜିନ୍ରେ ରାଞ୍ଚି ରେଜ୍, ଚତୁର୍ଥ ସିଜିନ୍ରେ ପଞ୍ଜାବ ୱାରିୟର୍ସ ଓ ପଞ୍ଚମ ସିଜିନ୍ରେ କଳିଙ୍ଗ ଲାନ୍ସର୍ସ ଚମ୍ପିଆନ୍ ହୋଇଥିଲା ।












Click it and Unblock the Notifications