Get Updates
Get notified of breaking news, exclusive insights, and must-see stories!

ଆଜିଠୁ କଳିଙ୍ଗରେ ହକି ଇଣ୍ଡିଆ ଲିଗ୍ ଲଢ଼େଇ

ହକି ଇଣ୍ଡିଆ ଆନୁକୂଲ୍ୟରେ ଚାଲିଥିବା ପୁରୁଷ ହକି ଇଣ୍ଡିଆ ଲିଗ୍‌ ସପ୍ତମ ସଂସ୍କରଣ -୨୦୨୬ର ଶେଷ ପର୍ଯ୍ୟାୟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଶନିବାରଠାରୁ ଖେଳାଯିବ। କଳିଙ୍ଗ ଷ୍ଟାଡ଼ିୟମରେ ମୋଟ୍‌ ୯ଟି ମ୍ୟାଚ ୨୨ ପର୍ଯ୍ୟନ୍ତ ଖେଳାଯିବ। ୨୩ରେ କ୍ବାଲିଫାୟର-୧ ଓ ଏଲିମିନେଟର, ୨୫ରେ କ୍ବାଲିଫାୟର-୨ ଖେଳାଯିବ। ୨୬ରେ ଫାଇନାଲ ଖେଳାଯିବ। ଶନିବାର ଦୁଇଟି ମ୍ୟାଚ ଖେଳାଯିବ।

Hockey

ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚରେ ରାହ ବେଙ୍ଗଲ ଟାଇଗର୍ସ- ହାଇଦରାବାଦ୍‌ ତୁଫାନ୍‌ସକୁ ଓ ରାତି ୭ଟା୩୦ରେ କଳିଙ୍ଗ ଲାନ୍‌ସର୍ସ- ଦିଲ୍ଲୀ ଏସ୍‌ଜି ପାଇପର୍ସକୁ ଭେଟିବ। ଭାନ ଡୋର ଅଥୁରଙ୍କ ନେତୃତ୍ବାଧିନ କଳିଙ୍ଗ ଲାନ୍‌ସର୍ସ ୪ଟି ମ୍ୟାଚ ଖେଳି ୩ଟି ବିଜୟ ଓ ଗୋଟିଏ ସୁଟ୍‌ଆଉଟ୍‌ ବିଜୟ ସହ ୧୧ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦଳ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍‌ସ ୫ଟି, ଗୁର୍‌ସାହେବଜିତ ସିଂହ ଓ ବବି ସିଂହ ଧାମି ଭଲ ଫର୍ମରେ ରହିବା ସହ ଗୋଲ ସ୍କୋର କରୁଛନ୍ତି। ଦଳ ବିଜୟ ଧାରାକୁ ବଜାୟ ନେଇ ଆଶାବାଦୀ ବୋଲି ଅଧିନାୟକ ଭାନ ଡୋର ଅଥୁର କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ୪ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ପରାଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ କଳିଙ୍ଗ ଲାନ୍୍‌ସର୍ସ ବିପକ୍ଷରେ ଭଲ ପ୍ରଦର୍ଶନ ସହ ବିଜୟ ନେଇ ଆଶା ରଖିଛି। ଗତ ୩ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ପ୍ରଥମ ଚରଣ ଚେନ୍ନଇର ମେୟର ରାଧାକ୍ରିଷ୍ଣ ଷ୍ଟାଡ଼ିୟମରେ ୧୦ଟି ମ୍ୟାଚ ୯ ପର୍ଯ୍ୟନ୍ତ ଓ ଦ୍ବିତୀୟ ଚରଣ ରାଞ୍ଚିର ଜୟପାଲ ସିଂହ ଷ୍ଟାଡ଼ିୟମରେ ୧୧ରୁ ୧୬ ପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳାଯାଇଥିଲା। ମ୍ୟାଚକୁ ଦର୍ଶକମାନେ ନିଶୁଳ୍କ ଟିକଟରେ ଦେଖିବାକୁ ସୁଯୋଗ ପାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+