Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପୁଣି ହକି ଫିଭର; ଆଜିଠାରୁ ଆରମ୍ଭ ହେଉଛି FIH ପ୍ରୋ ଲିଗ୍

ଓଡ଼ିଶାରେ ପୁଣି ଚାଲିବ ହକି ଫିଭର । ଆଜିଠାରୁ ଆରମ୍ଭ ହେଉଛି FIH ପ୍ରୋ ଲିଗ୍ । ଆଜି ମହିଳା ବର୍ଗରେ ଚୀନକୁ ଭେଟିବ ଆୟୋଜକ ଭାରତ । ସେହିପରି ୧୦ ତାରିଖରୁ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତୀୟ ପୁରୁଷ ହକି ଦଳ ।

ହକିର ପ୍ରଥମ ମ୍ୟାଚ୍‌ ପାଇଁ ଭାରତୀୟ ମହିଳା ହକି ଦଳ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଛି । ଅନ୍ୟପଟେ ଚୀନ ବିପକ୍ଷ ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଉପଅଧିନାୟିକା ବନ୍ଦନା କାତାରିୟା ।

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଖେଳିବାକୁ ଭାରତ ସମେତ ଚୀନ, ଆମେରିକା, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ମୈଦାନକୁ ଓହ୍ଲାଇବେ । ଭାରତୀୟ ମହିଳା ଦଳ ପ୍ରଥମେ ୩ ତାରିଖରେ ଚୀନ, ୪ ତାରିଖରେ ନଦେରଲାଣ୍ଡ, ୭ ତାରିଖରେ ଅଷ୍ଟ୍ରେଲିଆ ଓ ୯ ତାରିଖରେ ଆମେରିକାକୁ ଭେଟିବ ।

FIH Pro League

ସେହିପରି ୧୦ ତାରିଖରୁ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ଆରମ୍ଭ ହେବ । ଭାରତୀୟ ପୁରୁଷ ଦଳ ୧୦ ତାରିଖରେ ସ୍ପେନ, ୧୧ ତାରିଖରେ ନେଦରଲାଣ୍ଡ, ୧୫ରେ ଅଷ୍ଟ୍ରେଲିଆ ଏବଂ ୧୬ ତାରିଖରେ ଆୟରଲାଣ୍ଡକୁ ଭେଟିବ । ସମସ୍ତ ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଉଭୟ ଷ୍ଟାଡିୟମରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ମଧ୍ୟ ସରିଛି ।

ପୁରୁଷ ବିଭାଗରେ ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଓଡ଼ିଶାରୁ ଏକମାତ୍ର ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି । ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି । ଲିଗ୍‌ର ଭୁବନେଶ୍ୱର ଚରଣ ଚଳିତ ମାସ ୧୦ରୁ ଆରମ୍ଭ ହୋଇ ୧୬ରେ ଶେଷ ହେବ। ସେହିପରି ରାଉରକେଲା ଚରଣ ୧୯ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ଲିଗ୍‌ରେ ନେଦରଲାଣ୍ଡ୍ସ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ସହିତ ୨ ଥର ଲେଖାଏ ଖେଳିବ। ୧୦ ତାରିଖରେ ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ଭେଟିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+