ହକି ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪: ଆଜି ବେଜିଂରେ ଭାରତ ବନାମ ପାକିସ୍ତାନ ଟକ୍କର
ଆଜି ବେଜିଂରେ ଭାରତ, ପାକିସ୍ତାନ ଟକ୍କର । ହକି ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ଲଗାତାର ୪ ମ୍ୟାଚ ଜିତି ଫେଭରାଇଟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଭାରତ । ୪ ମ୍ୟାଚରୁ ଦୁଇଟି ଜିତିଛି ପାକିସ୍ତାନ ।
ଭାରତ ଏବଂ ପାକିସ୍ତାନ କ୍ରୀଡ଼ା କ୍ଷେତ୍ରରେ ମୁହାଁମୁହିଁ ହୁଅନ୍ତି, ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ଥାଏ। ଭାରତ-ପାକିସ୍ତାନ ମ୍ୟାଚ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ମ୍ୟାଚ ମଧ୍ୟରୁ ଅନ୍ୟତମ। କାରଣ ଏସବୁ ମ୍ୟାଚରେ ଉତ୍ତେଜନା ଶିଖରରେ ରହିଥାଏ। ଏହି କାରଣରୁ ଉଭୟ ଦେଶର ପ୍ରଶଂସକମାନେ ଉତ୍ସାହର ସହିତ ଏଭଳି ମ୍ୟାଚ ପାଇଁ ଅପେକ୍ଷା କରିଥାନ୍ତି। ପୁଣି ଥରେ ଏହି ସୁଯୋଗ ଆସିଛି ଯେତେବେଳେ ଖେଳ ପଡ଼ିଆରେ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ଶନିବାର ଅର୍ଥାତ୍ ଆଜି ହେବାକୁ ଯାଉଛି।

ଅନ୍ୟପକ୍ଷରେ ପାକିସ୍ତାନ ଏହାର ୪ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତି ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ବର୍ତ୍ତମାନ ପାକିସ୍ତାନ ରାଉଣ୍ଡ ରୋବିନରେ ଭାରତ ବିପକ୍ଷ ଶେଷ ମ୍ୟାଚ ଖେଳିବ। ଯେଉଁଥିପାଇଁ ଉଭୟ ଦେଶର ପ୍ରଶଂସକ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚୀନର ହୁଲୁନବୁଇରେ ଖେଳାଯିବ।












Click it and Unblock the Notifications