Cricket World Cup 2023: ଇତିହାସ ରଚିଲା ସାଉଥ୍ ଆଫ୍ରିକା, ୪୨୮ ରନ୍ କରି ଭାଙ୍ଗିଲା ବିଶ୍ୱକପରେ ସର୍ବକାଳୀନ ଦଳଗତ ସ୍କୋର

Cricket World Cup 2023: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଇତିହାସ ସୃଷ୍ଟି ରଚିଛି । ବିଶ୍ୱକପ ଇତିହାସରେ ଦକ୍ଷିଣ ଆଫ୍ରିକା ସର୍ବାଧିକ ସ୍କୋର କରିଛି । ତିନି ଜଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିଲେ। ବିଶ୍ୱକପ ଇତିହାସରେ ଏହା ପ୍ରଥମ ଥର ଦେଖିବାକୁ ମିଳିଛି । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚରେ ହିଁ ଦଳ ବଶ୍ୱକପର ସବୁ ରେକର୍ଡ ଭାଙ୍ଗିଛି ।

ପ୍ରଥମ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୪୨୮ ରନ୍ କରିଛି । ଏହା ବିଶ୍ୱକପର ସର୍ବକାଳୀନ ଦଳଗତ ସ୍କୋର । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ସୃଷ୍ଟି କରିଥିଲା । ୧୦୧୫ରେ ଆଗଫାନିସ୍ତାନ ବିରକ୍ଷରେ ୭ ୱିକେଟ୍ ହରାଇ ୪୧୭ ରନ କରିଥିଲା । ଆଜି ଅଷ୍ଟ୍ରେଲିଆର ଏହି ରେକର୍ଡକୁ ଭାଙ୍ଗିଛି ଦକ୍ଷିଣ ଆଫ୍ରିକା ।

Cricket World Cup 2023

Aiden Markram ODI ବିଶ୍ୱକପର ସର୍ବାଧକ ସ୍କୋଲର କରି ଇତିହାକ ରଚିଛନ୍ତି । ସେ ମାତ୍ର ୪୯ ବଲରେ ନିଜର ଶତକ ପୂରଣ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଆୟର୍ଲାଣ୍ଡର କେଭିନ ଓ'ବ୍ରାଇନଙ୍କ ନାଁରେ ଥିଲା, ଯିଏ ୫୦ ବଲରେ ଶତକ ହାସଲ କରିଥିଲେ। ୨୦୨୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୫୦ ବଲରେ ଆୟର୍ଲାଣ୍ଡର କେଭିନ ଏକ ଶତକ ହାସଲ କରିଥିଲେ।

ଏହାପୂର୍ବରୁ ଟସ୍ ହାରିବା ପରେ ପ୍ରଥମେ ବୋଲିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳର ଖରାପ ଆରମ୍ଭ ହୋଇଥିଲା। କ୍ୟାପଟେନ ଟେମ୍ବା ବାଭୁମା ମାତ୍ର ଆଠ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ତେବେ ଏହା ପରେ ଡୁସେନ୍ ଏବଂ ଡି କକ୍ ଶ୍ରୀଲଙ୍କା ବୋଲରମାନଙ୍କୁ କଡ଼ା ଟକ୍କର ଦେଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ଉଭୟ ୨୦୪ରନ୍ ଯୋଡିଥିଲେ। ଦଳର ଅଧିନାୟକ ତେମ୍ବା ବଭୂମାଙ୍କୁ ଛାଡିଲେ ବାକି ସମସ୍ତ ଖେଳାଳି ଦମଦାର ବ୍ୟାଟିଂ କରିଛନ୍ତି । ଓପନର କ୍ୱିଣ୍ଟନ ଡି.କକ ୮୪ ବଲରେ ୧୦୦ ରନ କରିଥିବା ବେଳେ
୩ ନମ୍ବରରେ ଆସିଥିବା ରସି ଭାନ ଡେର ଡୁସେନ ୧୧୦ ବଲରେ ୧୦୮ ଓ ଏଡେନ ମାର୍କମ ୫୪ ବଲପେ ବିସ୍ଫୋରକର ୧୦୬ ରନ କରିଥିଲେ ।

ତେବେ କୌଣସି ବିଶ୍ୱକପ ମ୍ୟାଚରେ ଗୋଟିଏ ଦଳର ୩ ଜଣ ବ୍ୟାଟସ୍ ମ୍ୟାନ୍ ଶତକ ହାସଲ କରିବାର ଏହା ପ୍ରଥମ ଘଟଣା । ମାର୍କମ ମାତ୍ର ୪୯ ବଲରେ ଶତକ ହାସଲ କରିଛନ୍ତି ଯାହା ବିଶ୍ୱକପ୍ ଇତିହାସରେ ପ୍ରଥମ ଘଟଣା । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+