ଆଇପିଏଲ ଇତିହାସରେ ପାୱାରପ୍ଲେରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର କରିଥିବା ଦଳ କିଏ ?
IPL Powerplay Records: ଇଣ୍ଡିଆନ୍ ପ୍ରିମିୟର ଲିଗ 2023ର ପ୍ରଥମ ସପ୍ତାହରେ ଜାରି ରହିଛି । ସମସ୍ତ ଦଳ ପାୱାରପ୍ଲେର ସର୍ବାଧିକ ବ୍ୟବହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ତେବେ ଏହା ଦେଖା ଯାଇଛି ଯେ, ଯେଉଁ ଦଳ ପାୱାରପ୍ଲେକୁ ସଠିକ୍ ବ୍ୟବହାର କରି ପାରୁଛି, ସେହି ଦଳ ଭଲ ସ୍ଥିତିରେ ରହୁଛି । ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସେହିପରି ଲକ୍ଷ୍ନୌ ସୁପରଗିଆଣ୍ଟ୍ସର କାଇଲ୍ ମାୟର୍ସ ମଧ୍ୟ ଦ୍ରୁତ ଆରମ୍ଭ କରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଋତୁରାଜ ଗାଇକୱାଡ ମଧ୍ୟ କ୍ରମାଗତ ଭାବରେ ଏହା କରୁଛନ୍ତି ।

ଆଇପିଏଲ ଇତିହାସର ସର୍ବାଧିକ ପାୱାରପ୍ଲେ ସ୍କୋର: (IPL Highest Powerplay Scores)
- 7 ମେ 2017 ରେ କୋଲକାତା ନାଇଟ୍ ରାଇଡର୍ସର କ୍ରିସ୍ ଲିନ୍ ଏବଂ ସୁନୀଲ ନାରିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସର୍ବାଧିକ 105 ରନ୍ ସ୍କୋର କରିଥିଲେ। ଆଇପିଏଲ ଇତିହାସରେ ଏହା ହେଉଛି ସର୍ବାଧିକ ପାୱାରପ୍ଲେ ସ୍କୋର ।
- ଦୁଇ ନମ୍ବରରେ ଆସେ 2014 ରେ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ । ଯାହା କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଥିଲା । ଏଥିରେ 2 ୱିକେଟ୍ ହରାଇ 100 ରନ୍ ସ୍କୋର କରିଥିଲେ ଚେନ୍ନାଇ ।
- ତିନି ନମ୍ବରରେ ଚେନ୍ନାଇ ସୁପର କିଙ୍ଗ୍ସ 2015 ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପାୱାରପ୍ଲେରେ ବିନା ୱିକେଟ ବ୍ୟାରେ 90 ରନ୍ ସ୍କୋର କରିଥିଲା।
- 2011ରେ କୋଚି ଟସ୍କର୍ କେରଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 2 ୱିକେଟ୍ ହରାଇ 87 ସ୍କୋର କରିଥିଲା ।
- କିଙ୍ଗ୍ସ ଏକାଦଶ ପଞ୍ଜାବର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ 2014ରେ 1 ୱିକେଟ୍ ହରାଇ 86 ରନ୍ ସ୍କୋର କରିଥିଲେ ।
ଆଇପିଏଲ୍ ସର୍ବନିମ୍ନ ପାୱାରପ୍ଲେ ସ୍କୋର: (IPL Lowest Powerplay Score)
- ଅନ୍ୟପକ୍ଷରେ, ଆଇପିଏଲ୍ ଇତିହାସର ସର୍ବନିମ୍ନ ପାୱାରପ୍ଲେ ସ୍କୋର ବିଷୟରେ କହିବାକୁ ଗଲେ 2014 ରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 3 ୱିକେଟ୍ ହରାଇ 14 ରନ୍ ସ୍କୋର କରିଥିଲା।
- 2009 ରେ ଆରସିବି ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଦୁଇଟି ୱିକେଟ୍ ହରାଇ 14 ରନ୍ ସଂଗ୍ରହ କରିଥିଲା ।
- 2011 ରେ ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ 2 ୱିକେଟ୍ ହରାଇ ମାତ୍ର 15 ରନ୍ ସଂଗ୍ରହ କରିଥିଲା।
- 2015 ଏବଂ 2019 ରେ, CSK ଯଥାକ୍ରମେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ କ୍ୟାପିଟାଲ୍ସ) ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 16 ରନ୍ ସ୍କୋର କରିଥିଲା ।
- 2015 ରେ ମୁମ୍ବାଇ ଇଣ୍ଡିଆନ୍ସ 3 ୱିକେଟ୍ ହରାଇ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ 17 ରନ୍ ସଂଗ୍ରହ କରିଥିବା ବେଳେ 2014 ରେ ଆରସିବି CSK ବିପକ୍ଷରେ 17 ରନ୍ ସ୍କୋର କରିଥିଲା ।
ଟି -20 ଫର୍ମାଟରେ, ପ୍ରଥମ 6 ଓଭର ପାୱାରପ୍ଲେ ଭାବରେ ଜଣାଶୁଣା । କ୍ରିକେଟ୍ ପ୍ରଶଂସକମାନେ ଏହି ପ୍ରାରମ୍ଭିକ ଓଭରକୁ କେବେବି ହାତଛଡ଼ା କରନ୍ତି ନାହିଁ । କାରଣ ବ୍ୟାଟିଂର ସବୁଠାରୁ ବଡ କାର୍ଯ୍ୟ କେବଳ ଏଠାରେ ଦେଖିବାକୁ ମିଳିଥାଏ । ଏହି ସମୟ ମଧ୍ୟରେ ଦ୍ରୁତ ରନ୍ କରିବା କାରଣରୁ ଅନେକ ଥର ବ୍ୟାଟ୍ସମ୍ୟାନ୍ ମଧ୍ୟ ୱିକେଟ୍ ହରାନ୍ତି । କିନ୍ତୁ ଟି-20 ବହୁତ ଲମ୍ବା ଓଭରର ମ୍ୟାଚ୍ ନୁହେଁ । ତେଣୁ ବ୍ୟାଟ୍ସମ୍ୟାନମାନେ ଏହି ଓଭରରେ ସବୁବେଳେ କିଛି ରିକ୍ସ ଉଠାଇଥାନ୍ତି ।












Click it and Unblock the Notifications