ବାତିଲ ହୋଇପାରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ! ଜାଣନ୍ତୁ କାରଣ
India vs England Semi Final: ଆଜି 2024 ଟି -20 ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଗୁୟାନାଠାରେ ଖେଳାଯିବ । ହେଲେ ବର୍ତ୍ତମାନ ବର୍ଷା ସାଜିଛି ବାଧକ । ଉକ୍ତ ସ୍ଥାନର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ବର୍ଷା ହେଉଥିବାର ଦେଖିବା ପାଇଁ ମିଳୁଛି ।

ଗୁୟାନାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଛି । ଗୁୟାନାରୁ ଯେଉଁ ପ୍ରକାରର ବର୍ଷା ହେଉଛି ଏହାକୁ ଦେଖି ଲାଗୁଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚକୁ ଉପରେ ଏହାର ପ୍ରଭାବ ପଡିପାରେ । ତେବେ ଆଇସିସି ନିୟମ ଅନୁଯାୟୀ ବର୍ଷା ପାଇଁ ଯଦି ମ୍ୟାଚ୍ ବାତିଲ ହୁଏ ତେବେ ଏହା ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର।
#WATCH | Rain lashes Guyana ahead of semi-final clash between India and England in T20 World Cup 2024 pic.twitter.com/roIl3RZcgZ
— ANI (@ANI) June 27, 2024
ଆଜି ଗୁୟାନାରେ ବର୍ଷା ହେବାର ସମ୍ଭାବନା ଅଛି । ଗତ କିଛି ଦିନ ହେବ ଏଠାରେ ଲଗାତାର ବର୍ଷା ହେଉଛି। ଏଭଳି ପରିସ୍ଥିତିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ମଧ୍ୟ ବାତିଲ ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ମ୍ୟାଚ୍ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ 40 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମ୍ୟାଚ୍ ଆରମ୍ଭ ହେବା ପରେ 60 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ପାଇଁ ଏହି ମ୍ୟାଚ୍ ବାତିଲ ହୁଏ, ତେବେ ଆଇସିସି ନିୟମ ଅନୁଯାୟୀ ସୁପର -8ର ଶୀର୍ଷରେ ରହିଥିବାରୁ ଟିମ୍ ଇଣ୍ଡିଆ ସିଧାସଳଖ ଫାଇନାଲରେ ଏଣ୍ଟ୍ରି କରିବ ।












Click it and Unblock the Notifications