୨୦ ବର୍ଷ ପରେ ଚାମ୍ପିୟନ ହେଲା ଶ୍ରୀଲଙ୍କା, ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ମହିଳା ଏସିଆ କପ ଜିତିଲା

ଦାମ୍ବୁଲା : ଶ୍ରୀଲଙ୍କାର ଦାମ୍ବୁଲାଠାରେ ରବିବାର ଖେଳାଯାଇଥିବା ମହିଳା ଏସିଆ କପରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨ ୱିକେଟ ବିନିମୟରେ ୧୬୫ ରନ କରିଥିଲା । ସ୍ମୃତି ମାନ୍ଧାନା ୬୦ ଓ ରିଚା ଘୋଷ ୩୦ ରନ କରିଥିଲେ । ଉମା ଛେତ୍ରୀ ଓ ହରମନପ୍ରୀତ କୌର ଯଥାକ୍ରମେ ୯ ଓ ୧୧ ରନ କରି ଆଉଟ ହୋଇଥିଲେ ।

ସେହିପରି ଜେମିମା ରୋଡ୍ରିଗଜ ୨୯ ରନ ଓ ରିଚା ଘୋଷ ୩୦ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୫ ରନ କରିଥିଲା ଓ ଶ୍ରୀଲଙ୍କା ଆଗରେ ୧୬୬ ରନର ଟାର୍ଗେଟ୍ ରଖିଥିଲା । ୧୬୬ ରନର ଲକ୍ଷ୍ୟକୁ ଶ୍ରୀଲଙ୍କା ୧୮.୪ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଚାମାରି ଆଟାପଟ୍ଟୁ ୬୧ ରନ ଓ ହର୍ଷିତା ସମରଓ୍ବିକ୍ରମା ୬୯ରନ କରିଥିଲେ । କବିସା ଦଲ୍ଲାରି ୩୦ ରନ କରିଥିଲେ ।

Heartbreak For India As Sri Lanka Win

ପୂର୍ବରୁ ୫ଥର ରନର୍ସଅପରେ ସନ୍ତୁଷ୍ଟ ହୋଇଥିବା ଶ୍ରୀଲଙ୍କାର ମହିଳା ଟିମ ବିଜୟ ସହ ଭାରତ ଠାରୁ ମଧୁର ପ୍ରତିଶୋଧ ନେବାକୁ ମଧ୍ୟ ସକ୍ଷମ ହୋଇଛି। ୨୦୨୨, ୨୦୦୮, ୨୦୦୬, ୨୦୦୫, ଓ ୨୦୦୪ରେ ଭାରତ ଠାରୁ ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ହାରିଥିଲା। ସେହିପରି ଭାରତ ମଧ୍ୟ ଏସିଆ କପର ୮ଟି ସଂସ୍କରଣ ମଧ୍ୟରୁ କେବଳ ୨୦୧୮କୁ ଛାଡ଼ି ଦେଲେ ସବୁଥର ଜିତିଥିଲା। ଏଥର ଦଳ ୮ମ ଥର ପାଇଁ ଚାମ୍ପିୟନ ହେବ ବୋଲି ଆଶା କରିଥିଲା। କିନ୍ତୁ ଚାମିରା ଆଟାପୁଟଙ୍କ ଟିମ ଭାରତୀୟ ଟିମର ସବୁ ଆଶାରେ ପାଣି ପକାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+