Haryana Exit Poll Result 2024: ହରିୟାଣାରେ କିଏ ମାରିବ ବାଜି, ପଛରେ ପଡ଼ିଲା ....
ଆସିଛି ଏକଜିଟ୍ ପୋଲ୍ । ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ଅକ୍ଟୋବର ୮ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍ ପୋଲ୍ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି।
୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ଭାଜପାକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ଭାଜପାକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି ।

ଦୈନିକ ଭାସ୍କର ଏକଜିଟ ପୋଲ୍ ଅନୁସାରେ ହରିୟାଣାରେ କଂଗ୍ରେସ ସରକାର ଗଢିବାକୁ ଯାଉଛି। ବିଧାନସଭା ୯୦ ଆସନ ମଧ୍ୟରୁ କଂଗ୍ରେସକୁ ୪୪-୫୪ ସିଟ୍ ମିଳିପାରେ। ସେହିପରି ଭାଜପାକୁ ୧୫-୨୯ ଆସନ ମିଳିପାରେ ବୋଲି ଆକଳନ ହୋଇଛି।
ସେହିପରି ମ୍ୟାଟ୍ରିଜ ଅନୁସାରେ କଂଗ୍ରେସକୁ ୫୫-୬୨ ସିଟ୍ ମିଳିପାରେ। ଭାଜପାକୁ ମାତ୍ର ୧୮-୨୪ ଆସନ ମିଳିପାରେ। ପ୍ରତି ନିର୍ବାଚନରେ କିଙ୍ଗ୍ ମେକର୍ ସାଜିଥିବା ଜେଜେପି ୦-୩ ଆସନ ପାଇପାରେ ବୋଲି କୁହାଯାଇଛି।
ରିପ୍ଲବିକ ଭାରତ-ମାଟ୍ରିଜ କରିଥିବା ଏକଜିଟ ପୋଲ ତଥ୍ୟ ଅନୁଯାୟୀ, ହରିୟାଣାର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୫୫ରୁ ୬୨ଟି ଆସନ ଜିତିବ। ବିଜେପି ୧୮ରୁ ୨୪ଟି, ଆଇଏନଏଲଡି ୦୩ରୁ ୦୬, ଜେଜେପି ଶୂନରୁ ୩ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଆସନ ଜିତି ପାରନ୍ତି।
ପିପୁଲ୍ସ ପ୍ଲସ କହିଛି ଯେ କଂଗ୍ରେସ ୪୯ରୁ ୬୧, ବିଜେପି ୨୦ରୁ ୩୨, ଜେଜେପି ଶୂନରୁ ୧, ଆପ୍ ଶୂନ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତବ।
ଧ୍ରୁବ ରିସର୍ଚ୍ଚ କହିଛି କଂଗ୍ରେସ ୫୦ରୁ ୬୪, ବିଜେପି ୨୨ରୁ ୩୨ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତି ପାରନ୍ତି। ସେହିପରି ଆପ ଓ ଜେଜେପି ଖାତା ଖୋଲିପାରିବେ ନାହିଁ।
ଦୈନିକ ଭାସ୍କର କହିଛି ଯେ କଂଗ୍ରେସ ୪୪ରୁ ୫୪, ବିଜେପି ୧୫ରୁ ୨୯, ଆଇଏନଏଲଡି ୧ରୁ ୫, ଆପ୍ ୧, ଜେଜେପି ୧ ଓ ଅନ୍ୟାନ୍ୟ ଦଳ ୪ରୁ ୯ଟି ଆସନ ଜିତିପାରନ୍ତି।
ରିପବ୍ଲିକ ଟିଭି-ପିଏମଆରକ୍ୟୁ କହିଛି ଯେ କଂଗ୍ରେସ ୫୧ରୁ ୬୧, ବିଜେପି ୨୭ରୁ ୩୫, ଜେଜେପି ଶୂନ, ଆଇଏନଏଲଡି ୩ରୁ ୬ ଓ ଆପ୍ ଖାତା ଖୋଲିପାରିବ ନାହିଁ।
ଜିଷ୍ଟ-ଟିଫ ରିସର୍ଚ୍ଚ ତା'ର ଏକଜିଟ ପୋଲରେ ଆକଳନ କରିଛି ଯେ କଂଗ୍ରେସ ୪୫ରୁ ୫୩, ବିଜେପି ୨୯ରୁ ୩୭, ଆଇଏନଏଲଡି ୦-୨ ଓ ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିବେ।
ଇଣ୍ଡିଆ ଟୁଡେ-ସି ଭୋଟର କହିଛି ଯେ କଂଗ୍ରେସ ୫୦ରୁ ୫୮, ବିଜେପି ୨୦ରୁ ୨୮, ଜେଜେପି ୦-୨ ଓ ଅନ୍ୟାନ୍ୟ ଦଳ ୧୦ରୁ ୧୪ଟି ଆସନ ଜିତି ପାରନ୍ତି।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications