Get Updates
Get notified of breaking news, exclusive insights, and must-see stories!

Team India's New Jersey: ଲଞ୍ଚ୍ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

ଟିମ ଇଣ୍ଡିଆ ପାଇଁ ନୂଆ ଜର୍ସି ଲଞ୍ଚ୍ ହୋଇଛି । ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ବିସିସିଆଇ ସଚିବ ଜୟ ଶାହ ଏବଂ ମହିଳା ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଲଞ୍ଚ୍ କରିଛନ୍ତି ।

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତର ଟି-୨୦ ଜର୍ସି ଲଞ୍ଚ୍ ହୋଇଥିବା ବେଳେ ଆଜି ଭାରତର ଦିନିକିଆ ଜର୍ସି ଲଞ୍ଚ୍ ହୋଇଯାଇଛି । ତେବେ ଏହି ନୂଆ ଜର୍ସିରେ ଅନେକ ନୂଆ ଜିନିଷ ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ 'ନୂଆ ଜର୍ସି ଲଞ୍ଚ୍ ଇଭେଣ୍ଟ'ର ଏକ ଭିଡିଓ ମଧ୍ୟ ଅପଲୋଡ ହୋଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଇନଷ୍ଟାଗ୍ରାମରେ 'ନୂଆ ଜର୍ସି ଲଞ୍ଚ୍ ଇଭେଣ୍ଟ'ର ଭିଡିଓ ସେୟାର କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏହି ଭିଡିଓରେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଏବଂ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ଦେଖାଯାଇଛି । ଉଭୟଙ୍କ ଉପସ୍ଥିତିରେ ନୂଆ ଦିନିକିଆ ଜର୍ସି ଲଞ୍ଚ୍ କରିଛି ଟିମ ଇଣ୍ଡିଆ । ପାରମ୍ପରିକ ନୀଳ ରଙ୍ଗର ଏହି ନୂଆ ଜର୍ସିରେ ପୂର୍ବ ଭଳି 'ଡ୍ରିମ୍୧୧' ଲୋଗୋ ଏବଂ 'ଇଣ୍ଡିଆ' ଲେଖା ହୋଇଛି । ତେବେ ଟି-୨୦ ଜର୍ସିରେ କମଳା କାନ୍ଧ ସହିତ ୩ଟି ପଟି(ଆଦିଦାସ) ରହିଥିବା ବେଳେ ଦିନିକିଆ ଜର୍ସିରେ ତ୍ରିରଙ୍ଗାର ଚିହ୍ନ ରଖାଯାଇଛି । ଏହାସହିତ ଧଳା ରଙ୍ଗର ୩ଟି ପଟି ମଧ୍ୟ ସ୍ଥାନ ପାଇଛି । ସେହିପରି ଡାହାଣ ପାଖ ଛାତିରେ ଆଦିଦାସ ଲୋଗୋ ଏବଂ ବାମ ପାଖରେ ବିସିସିଆଇ ଲୋଗୋ ରହିଛି ।

Harmanpreet Kaur Joins Jay Shah

ତେବେ ଏ ନେଇ ହରମନପ୍ରୀତ କହିଛନ୍ତି ଯେ, "ମୋ ଉପସ୍ଥିତିରେ ନୂଆ ଜର୍ସି ଲଞ୍ଚ୍ ହେବା ମୋ ପାଇଁ ଏକ ସମ୍ମାନର କଥା । ଏହାର ଲୁକ୍ ପାଇଁ ମୁଁ ବେଶ୍ ଖୁସି । ବିଶେଷ କରି କାନ୍ଧରେ ଥିବା ତ୍ରିରଙ୍ଗା ମୋତେ ବେଶ୍ ଆକୃଷ୍ଟ କରିଛି ।" ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ନୂଆ ଜର୍ସି ସହ ମଇଦାନକୁ ଓହ୍ଲାଇବ ଭାରତୀୟ ମହିଳା ଦଳ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳାଯିବ । ଡିସେମ୍ବର ୧୫ ତାରିଖରେ ଟି-୨୦ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ୨୨ ତାରିଖରୁ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜରେ ଭାରତୀୟ ଦଳ ନୂଆ ଜର୍ସି ସହ ପଡ଼ିଆକୁ ଓହ୍ଲାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+