ଏବେ ହଟହଟ୍ଟା ହେବେ ହରମନପ୍ରୀତ କୌର, ଏତିକି ମ୍ୟାଚରୁ ହେବେ ବ୍ୟାନ୍ !
ନୂଆଦିଲ୍ଲୀ: ହଟହଟ୍ଟା ହୋଇପାରନ୍ତି ହରମନପ୍ରୀତ କୌର । ଆଇସିସି ଦେବ ବଡ଼ ଦଣ୍ଡ । ଏତିକି ମ୍ୟାଚରୁ ହୋଇ ପାରନ୍ତି ବ୍ୟାନ୍ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ତାଙ୍କ ବ୍ୟବହାର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଆଇସିସି ।
ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଚର୍ଚ୍ଚାରେ ଜୁଲାଇ ୨୨ରେ ବାଂଲାଦେଶ ବିପକ୍ଷ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଆଉଟ୍ ହେବା ପରେ ଷ୍ଟମ୍ପକୁ ବ୍ୟାଟରେ ହିଟ୍ କରିବା ସହ ପାଭିଲିୟନ ଫେରିବା ବେଳେ ଅମ୍ପାୟରଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଘଟଣା ପରେ ଏବେ ଆଇସିସି ହରମନପ୍ରୀତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହରମନପ୍ରୀତଙ୍କୁ ବିଶୃଙ୍ଖଳ ଆଚରଣ ପାଇଁ ଦଣ୍ଡ ଭୋଗିବାକୁ ପଡିପାରେ । ଷ୍ଟମ୍ପକୁ ପିଟିବା କାରଣରୁ ୩ ଡିମେରିଟ୍ ପଏଣ୍ଟ ମିଳିଥିବା ବେଳେ ମ୍ୟାଚ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ କାରଣରୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି । ୪ ଡିମେରିଟ୍ ପଏଣ୍ଟ କାରଣରୁ ହରମନପ୍ରୀତଙ୍କ ଉପରେ ୨ଟି ମ୍ୟାଚର ପ୍ରତିବନ୍ଧକ ଲଗାଇପାରେ ଆଇସିସି । ତେବେ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ଆଇସିସି ନେଇନଥିବା ବେଳେ ବିସିସିଆଇ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଛି ।
ଆଇସିସି ନିୟମ ଅନୁଯାୟୀ, ଯେବେ କୌଣସି ଖେଳାଳିଙ୍କୁ ୨୪ ମାସ ଭିତରେ ଚାରି କିମ୍ବା ଅଧିକ ନ କରାତ୍ମକ ଅଙ୍କ ମିଳେ । ତେବେ ତାଙ୍କୁ ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ କିମ୍ବା ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ରୁ ନିଲମ୍ବନ କରାଯାଇ ପାରେ। ଭାରତୀୟ ମହିଳା ଦଳ ସେପ୍ଟେମ୍ବର-ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିରୋଧରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ । ହରମନପ୍ରୀତଙ୍କୁ ସେହି ସମୟରେ ଏହି ଦଣ୍ଡ ମିଳିପାରେ । ଯଦି ହରମନପ୍ରୀତଙ୍କୁ ନିଲମ୍ବନ କରାଯାଏ । ତେବେ ଦଣ୍ଡ ପାଇବାରେ ସେ ପ୍ରଥମ ମହିଳା ଖେଳାଳି ହେବେ ।












Click it and Unblock the Notifications