ଠକାମିର ଶିକାର ହେଲେ ମୁମ୍ବାଇ ଇଣ୍ତିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ତ୍ୟା, ଭାଇଙ୍କୁ ଗିରଫ କଲା ପୋଲିସ
Hardik Pandya's Step Brother Arrested: ବ୍ୟବସାୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ମୁମ୍ବାଇ ପୋଲିସ କ୍ରିକେଟର ହାର୍ଦ୍ଦିକ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ସାବତ ଭାଇ Vaibhav Pandyaଙ୍କୁ ଗିରଫ କରିଛି। 37 ବର୍ଷିୟ Vaibhav Pandya ପ୍ରାୟ 4.3 କୋଟି ଟଙ୍କାର ହେରୟପେର କରିଥିବା ନେଇ ଅଭିଯୋଗ ହୋଇଛି । ଯେଉଁଥି ପାଇଁ ହାର୍ଦ୍ଦିକ ଏବଂ ତାଙ୍କ ଭାଇ କ୍ରୁନା ପାଣ୍ତ୍ୟାଙ୍କର ମଧ୍ୟ କ୍ଷତି ହୋଇଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୋଲିସର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବୈଭବଙ୍କ ଉପରେ ଠକାମିର ଆରୋପ ଲଗାଯାଇଛି ।

ମୁମ୍ବାଇ ଇଣ୍ତିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ତ୍ୟା ଠକେଇର ଶିକାର ହୋଇଛନ୍ତି । 4 କୋଟି 30 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତେବେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ସାବତ ଭାଇ ବୈଭବ ପାଣ୍ତ୍ୟାଙ୍କ ସାବତ ଭାଇକୁ ଗିରଫ କଲା ମୁମ୍ବାଇ ପୋଲିସ ।
ରିପୋର୍ଟ ଅନୁଯାୟୀ, ତିନି ଭାଇ 2021 ମସିହାରେ ଏକ ପଲିମର ବ୍ୟବସାୟ ପ୍ରତିଷ୍ଠା କରିଥିଲେ। ବ୍ୟବସାୟର ସର୍ତ୍ତାବଳୀ ଏପରି ଥିଲା ଯେ ହାର୍ଦ୍ଦିକ ଏବଂ କ୍ରୁନାଲ ବ୍ୟବସାୟରେ 40 ପ୍ରତିଶତ ବିନିଯୋଗ କରିଥିବାବେଳେ ସାବତ ଭାଇ ବୈଭବ 20 ପ୍ରତିଶତ ବିନିଯୋଗ କରିଛନ୍ତି। ପରେ ବୈଭବ ପାଣ୍ଡ୍ୟା ଭାଇମାନଙ୍କୁ ଅବଗତ ନକରି ସମାନ ବ୍ୟବସାୟରେର ଆଉ ଏକ ଫାର୍ମ ପ୍ରତିଷ୍ଠା କଲେ । ଯେଉଁଥି ପାଇଁ ଆନୁମାନିକ 3 କୋଟି ଟଙ୍କାର କ୍ଷତି ହୋଇଥିଲା ।
ଏଥିସହ ଅଭିଯୋଗ ହୋଇଛି ଯେ ବୈଭବ ଗୁପ୍ତରେ ନିଜର ଲାଭ ଅଂଶକୁ 20% ରୁ 33.3% କୁ ବୃଦ୍ଧି କରି ହାର୍ଦ୍ଦିକ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ଆର୍ଥିକ ସ୍ୱାର୍ଥକୁ ଆହୁରି ପ୍ରଭାବିତ କରିଥିଲେ। ପାଣ୍ଡ୍ୟା ଭାଇମାନେ ଏହି ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ହାର୍ଦ୍ଦିକ ପାଣ୍ତ୍ୟା ଏବଂ ତାଙ୍କ ଭାଇ ବର୍ତ୍ତମାନ ଆପିଏଲରେ ବ୍ୟସ୍ତ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବାବେଳେ କ୍ରୁନାଲ 2024 ସିଜନରେ ଲକ୍ଷ୍ନୌସୁପର ଜିଆଣ୍ଟସ ପକ୍ଷରୁ ଖେଳୁଛନ୍ତି ।












Click it and Unblock the Notifications